ରୋହିତ ଶର୍ମାଙ୍କ ମନରେ ନାହିଁ ଆଉଟ୍ ହେବାର ପଶ୍ଚାତାପ, କହିଲେ ଏମିତି ଆଚମ୍ବିତ କଥା
16/01/2021 at 9:26 PM

ବ୍ରିସବେନ ୧୬।୦୧: ତାରକା ବ୍ୟାଟସମ୍ୟାନ ରୋହିତ ଶର୍ମା ଭୁଲ୍ ସମୟରେ ଆଉଟ୍ ହେବା ନେଇ ନିଜର ହେଉଥିବା ସମାଲୋଚନାକୁ ବେଶ୍ ଭଲ ଭାବେ ବୁଝି ପାରିଛନ୍ତି। ହେଲେ ଭାରତୀୟ ଉପ ଅଧିନାୟକଙ୍କୁ ନାଥନ ଲିୟନଙ୍କ ବଲ୍ରେ ସେହି ପରି ସର୍ଟ ଖେଳିବା ନେଇ ମନରେ କୌଣସି ପଶ୍ଚାତାପ ନାହିଁ। ରୋହିତ କହିଛନ୍ତି ବୋଲରଙ୍କୁ ଚାପରେ ରଖିବା ହେଉଛି ତାଙ୍କର ତରିକା।
ଗାବା ଟେଷ୍ଟରେ ରୋହିତ ୭୪ ବଲରୁ ୪୪ ରନର ଇନିଂସରେ ଭଲ ଲୟରେ ଥିଲେ। ମାତ୍ର ଲିୟନଙ୍କ ବଲ୍କୁ ମିଡ୍ ଓ୍ଵିକେଟ୍ ଉପରେ ବଡ ସର୍ଟ ଖେଳିବା ପ୍ରୟାସରେ ସେ ଆଉଟ୍ ହୋଇଥିଲେ। ଏହି ଧରଣର ସର୍ଟ ଖେଳି ଟେଷ୍ଟ କ୍ରିକେଟ୍ରେ ଆରମ୍ଭରୁ ଆଉଟ୍ ହେବା କାରଣ ପାଲଟିଛି।
ରୋହିତ ଦିନର ଖେଳ ସମାପ୍ତ ପରେ ଭର୍ଚୁଆଲ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ଆପଣଙ୍କ ପାଖରେ ସର୍ବଦା ଏକ ଯୋଜନା ରହିଥାଏ। ବାସ୍ତବରେ ମୋତେ ସେହି ଧରଣର ସର୍ଟ ଖେଳିବା ନେଇ ମନରେ କୌଣସି ପଶ୍ଚାତାପ ନାହିଁ। ମୁଁ ସର୍ବଦା ବୋଲରଙ୍କ ଉପରେ ଚାପ ପକାଇବାକୁ ଚାହେଁ। ନାଥନ ଲିୟନ ଜଣେ ଚତୁର ବୋଲର ଏବଂ ମୋତେ ଏମିତି ବୋଲିଂ କଲେ ଯଦ୍ଵାରା ବଲ କିଛି ଉପରକୁ ଉଠିଥିଲା। କମେଟ୍ରି ବକ୍ସରେ ମଧ୍ୟ ତାଙ୍କ ସର୍ଟ ଚୟନ ନେଇ ସମାଲୋଚନା କରାଯାଇଛି। ରୋହିତଙ୍କୁ ମିଳିଥିବା ଭଲ ଆରମ୍ଭକୁ ବଡ ସ୍କୋରରେ ପରିଣତ କରି ପାରିଥାନ୍ତେ।
ରୋହିତ କହିଛନ୍ତି, ଏମିତି ନୁହେଁ ଯେ ଏହି ସର୍ଟ କୁଆଡୁ ଚାଲି ଆସିଲା। ଏମିତି ସଟ୍ ମୁଁ ପୂର୍ବରୁ ଅନେକ ଥର ଭଲ ଭାବେ ଖେଳିଛି। ମୁଁ ଏହି ସର୍ଟ ଖେଳିବାକୁ ଚାହୁଁଛି ଏବଂ ଦଳରେ ଏହି ପରି ଭୂମିକା ନିଭାଇବାକୁ ଚାହେଁ। ଯଦି ବିଫଳ ହୁଏ ତେବେ ଏହା ଖରାପ ନଜର ଆସିଥାଏ ମାତ୍ର ମୁଁ ଅଧିକ ଚିନ୍ତା କରେ ନାହିଁ କାରଣ ମୋର ଧ୍ୟାନ ଏହା ଉପରେ ଥାଏ ଯେ ଯେବେ ମୁଁ କ୍ରିଜକୁ ଓହ୍ଲାଇବି ଦଳ ପାଇଁ କେମିତି ଉପଯୋଗୀ ସାବ୍ୟସ୍ତ ହେବି।
ରୋହିତ କହିଛନ୍ତି ମୋ ପାଖରେ ସମାଲୋଚକଙ୍କ କଥା ଶୁଣିବା ପାଇଁ ଅଧିକ ସମୟ ନାହିଁ। ଏହା ବଦଳରେ ସେ ଧ୍ୟାନ ତାହା ଉପରେ ଲଗାଇବାକୁ ଚାହାନ୍ତି ଯାହା ଦଳ ତାଙ୍କଠୁ ଆଶା କରନ୍ତି। ରୋହିତ କହିଛନ୍ତି ଦଳ ମୋ ଉପରେ ବହୁତ ଭରସା ରଖିଛନ୍ତି। ଦଳ ମୋଠୁ ଯାହା ଆଶା ରଖିଛି ତାହା କରିବାକୁ ପଡିବ।