ପ୍ରଥମ ଦ୍ୱିଶତକୀୟ ଇନିଂସ ପାଇଁ ଧୋନୀଙ୍କୁ ଶ୍ରେୟ ଦେଲେ ରୋହିତ, କହିଲେ...

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ, ୧୯|୦୫:   ଭାରତୀୟ ଦଳର ହିଟମ୍ୟାନ୍ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ତିନି ଥର ଦ୍ୱିଶତକୀୟ ଇନିଂସ ଖେଳିଛନ୍ତି । ସେ ନିଜର ପ୍ରଥମ ଦ୍ୱିଶତକୀୟ ଇନିଂସର ଶ୍ରେୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଇଛନ୍ତି । ରୋହିତ ୨୦୧୩ ନଭେମ୍ବର ୨ରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଚାଡିୟମରେ ପ୍ରଥମ ଦ୍ୱିଶତକ ଅର୍ଜନ କରିଥିଲେ । ସେ ୨୦୯ ରନ ସ୍କୋର କରିଥିଲେ ।

ରୋହିତ ବିଶ୍ୱର ଏକମାତ୍ର ବ୍ୟାଟସମ୍ୟାନ ଭାବେ ତିନୋଟି ଦ୍ୱିଶତକ ଲଗାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୱଗାଇଥିବା ଦ୍ୱିଶତକ ପାଇଁ ସେ ଧୋନୀଙ୍କୁ ଶ୍ରେୟ ଦେଇଛନ୍ତି । ଆର୍ ଅଶ୍ୱୀନଙ୍କ ସହ ଏକ ଚାଟ୍ ସୋରେ ରୋହିତ କହିଛନ୍ତି ଯେ, ଧୋନୀ ତାଙ୍କ ସହ ଇନିଂସ ଶେଷ ସୁଦ୍ଧା ରହିଥିଲେ । ତେଣୁ ସେ ଦ୍ୱିଶତକ ଲଗାଇ ପାରିଥିଲେ ।  ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ କିଛି ଓଭରରେ ସେ ଧୋନୀଙ୍କ ସହ ମିଶି ୩୮ ବଲରୁ ୬୨ ରନ୍ ସଂଗ୍ରହ କରିଥିଲେ । ଯାହା ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା ।

{"id":272689,"width":743,"height":417,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, କେବେ ବି ଦିନିକିଆରେ ଦ୍ୱିଶତକ ଅର୍ଜନ କରିବା ପାଇଁ ଚିନ୍ତା କରିନଥିଲେ । କିନ୍ତୁ ଧୋନୀ ତାଙ୍କର ଆତ୍ମ ବିଶ୍ୱାସ ବଢାଇଥିଲେ । ରିସ୍କ ନେବାକୁ କହିଥିଲେ । ଏହାପରେ ରୋହିତ ଦ୍ୱିଶତକ ଅର୍ଜନ କରି ରେକର୍ଡ ସ୍ଥାପନ କରିଥିଲେ ।

ଦିନିକିଆରେ ରୋହିତ ୯୧୧୫ ରନ ସଂଗ୍ରହ କରିଛନ୍ତି । ଏହାସହ ସେ ୧୦୮ ଟି୨୦ରେ ୨୭୭୩ ରନ କରିଛନ୍ତି । ଟି୨୦ କ୍ରିକେଟରେ ରୋହିତଙ୍କ ନାମରେ ସର୍ବାଧିକ ୪ଟି ଶତକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.