Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କୋଲକାତାକୁ ହରାଇବା ପରେ ରୋହିତ ଆଉ ହାରିବା ମୁଡରେ ନାହାଁନ୍ତି, ଫଟାଫଟ୍ କ୍ରିକେଟରେ ଜାରି ରହିବ ଦମଦାର୍ ଖେଳ, ତଥାପି ମେଣ୍ଟିନି ବିଜୟର ଭୋକ

17/10/2020 at 5:56 PM

ଦୁବାଇ, ୧୭/୧୦: ଚଳିତ ଆଇପିଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିଛି । ଦଳ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି । ଶୁକ୍ରବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୮ ଓ୍ୱିକେଟରେ ବିଜୟଲାଭ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁମ୍ବାଇର ଅଧିନାୟର ରୋହିତ ଶର୍ମା ।

ସେ କହିଛନ୍ତି ଯେ, ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଏପରି ବିଜୟ ସ୍ମରଣୀୟ ହୋଇଥାଏ .। ତାଙ୍କ ଦଳ ଟୁର୍ଣ୍ଣାମେଣ୍ଟରେ ଦମଦାର ଖେଳ ଖେଳିବା ଜାରି ରଖିବ । ଏହି ବିଜୟ ପରେ ମଧ୍ୟ ଦଳ ବେଶୀ ଖୁସି ହେବ ନାହିଁ । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଆହୁରି କଛି ହେଇପାରେ । ପୂର୍ବରୁ ଏପରି ଅନେକ ଉଦାହରଣ ରହିଛି । ଲଗାତର ହାରୁଥିବା ଦଳ ମଧ୍ୟ ପ୍ଲେ ଅପରେ ସ୍ଥାନ ପାଇଛି ।

ସେ ଆହୁରି କହିଛନ୍ତି ଯେ, ତାଙ୍କ ଦଳର ଖେଳାଳି ଧୂଆଧାର ଖେଳିବା ଜାରି ରଖିବେ । କାରଣ ଖେଳାଳି ରନ୍ ଭୋକିଲା ଅଛନ୍ତି । ଗତ ୬ ମାସରେ ଖେଳାଳିମାନେ କୌଣସି ମ୍ୟାଚ୍ ଖେଳି ନାହାଁନ୍ତି  । ତେଣୁ ଲଗାତର ଭାବେ ଭଲ ଖେଳୁଛନ୍ତି । ଏହି ଗୋଟିଏ ବିଜୟ  ପରେ ଅଧିକ ଖୁସି ହେବା ଅନୁଚିତ । ଏବେ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳ ଅଧିକ ମ୍ୟାଚ୍ ଜିତୁଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, କେକେଆର ବିପକ୍ଷ ମ୍ୟାଚରେ ମୁମ୍ବାଇ ୧୪୯ ରନକୁ ପିଛା କରି ୮ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଥିଲା ।

   Related Posts