Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

‘ଦଳର ପ୍ରଦର୍ଶନ ଖୁସି କରିଛି, ସବୁ ଖେଳାଳି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି’-ରୋହିତ

12/10/2020 at 9:54 PM

ଦୁବାଇ,୧୨|୧୦:  ଆଇପିଏଲର ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଦମଦାର ଫର୍ମରେ ରହିଛି । ମୁମ୍ବାଇକୁ ହରାଇବା ଅନ୍ୟ ଦଳ ପାଇଁ କଷ୍ଟକର ହୋଇପଡିଛି । ଏହାମଧ୍ୟରେ ଅଧିନାୟକ ରୋହିତ ଶର୍ମା ଅନ୍ୟ ଦଳଠୁ ଆଗରେ ରହିବା ଉପରେ ଜୋର୍ ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚରେ ପଏଣ୍ଚ ଟେବୁଲରେ କିପରି ଦଳ ଆଗରେ ରହିବ ତାହା ଉପରେ ଗୁରୁତ୍ୱ ଦେଉଥିବା ପ୍ରକାଶ କରିଛନ୍ତି ।

ରୋହିତ ମୁମ୍ବାଇର ଟ୍ୱିଟର୍ ପେଜରେ ଏକ ଭିଡିଓରେ କହିଛନ୍ତି ଯେ, ଏବେଯାଏଁ ଦଳର ପ୍ରଦର୍ଶନ ଭଲ ରହିଛି । ଆଗାମୀ ଦିନରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ଟୁର୍ଣ୍ଣାମେଣ୍ଟର ଶେଷ ଆଡକୁ ପ୍ରତିଦ୍ୱନ୍ଦ୍ୱିତା ଅଧିକ ରହିବ । ଏକଥା ସମସ୍ତେ ଜାଣନ୍ତି ମଧ୍ୟ ।

ଦିଲ୍ଲୀକୁ ୫ ଓ୍ୱିକେଟରେ ହରାଇବା ପରେ ମୁମ୍ବାଇ ପଏଣ୍ଟ ତାଲିକାରେ ଉପରେ ରହିଛି । କ୍ଲିଣ୍ଟନ୍ ଡି କକ୍ ଓ ସୂର୍ଯ୍ୟ କୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଦଳ ୧୬୩ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା ।

ଏବେସୁଦ୍ଧା ୭ଟି ମ୍ୟାଚ୍ ଖେଳି ୨୧୬ ରନ୍ କରିଥିବା ରୋହିତ କହିଛନ୍ତି ଯେ, କଣ କରିବା ଉଚିତ୍ ଖେଳାଳିମାନେ ଭଲ ଭାବେ ଜାଣିଛନ୍ତି । ଦଳ ଯାହା ଚର୍ଚ୍ଚା କରିଛି ଓ ଯୋଜନା ହୋଇଛି ତାକୁ ଠିକ୍ ଭାବେ ଲାଗୁ କରାଯାଇଛି । ଏହା ଆରମ୍ଭ କିମ୍ବା ଶେଷ ନୁହେଁ । ଏବେ ଟୁର୍ଣାମେଣ୍ଟ ଅଧା ହୋଇଛି । ଏପରି ଏକାଗ୍ରତା ଜାରି ରଖିବାକୁ ହେବ । ଏହା ସର୍ବଦା ମହତ୍ତ୍ୱପୂର୍ଣ୍ଣ ଅଟେ । ଆଗାମୀ ୭ଟି ମ୍ୟାଚ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହି ସବୁ ମ୍ୟାଚକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ .

ରବିବାର ମୁମ୍ବାଇ ତରଫରୁ ୧୫୦ତମ ମ୍ୟାଚ୍ ଖେଳିଥିବା ରୋହିତ କହିଥିଲେ ଯେ, ଏହି ଯାତ୍ରାରେ ସମସ୍ତ ଖେଳାଳି ନିଜ ନିଜର ଦକ୍ଷତା ପ୍ରଦିପାଦନ କରିଛନ୍ତି । ଦଳର ପ୍ରଦର୍ଶନରେ ସେ ଖୁସି ଅଛନ୍ତି ବୋଲି କହିଛନ୍ତି ।

   Related Posts