Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଆକାଶ ଚୋପ୍ରାଙ୍କୁ ମୁହଁତୋଡ ଜବାବ ଦେଲେ ରୋହିତ ଶର୍ମା, କହିଲେ- ରାତାରାତି ଭଲ ଟିମ୍ ତିଆରି ହୁଏ ନାହିଁ

22/11/2020 at 5:21 PM

ନୂଆଦିଲ୍ଲୀ ୨୨।୧୧: ମୁମ୍ଵାଇ ଇଣ୍ଡିଆନ୍ସକୁ ପାଞ୍ଚ ଥର ଚମ୍ପିଆନ କରାଇଥିବା ଅଧିନାୟକ ରୋହିତ ଶର୍ମା ଶେଷରେ ସେହି ପ୍ରଶ୍ନର ଜବାବ ଦେଇଛନ୍ତି ଯାହା ଆଇପିଏଲ ୨୦୨୦ ସମାପ୍ତ ହେବା ପରଠୁ ସାମାଜିକ ଗଣମାଧ୍ୟମରେ ଗୁଞ୍ଜି ଉଠିଥିଲା। ରୋହିତ ଶର୍ମାଙ୍କ ନେତୃତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ଯେମିତି ଆଇପିଏଲ ୨୦୨୦ ଚମ୍ପିଆନ ହେଲା, ଏହା ପରେ ଆକାଶ ଚୋପ୍ରା ଏକ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ ଯେ, କଣ ରୋହିତ ଶର୍ମା ଆରସିବି ଟିମ୍ ସହିତ ଆଇପିଏଲ ଜିତି ପାରିଥାନ୍ତେ ? ରୋହିତ ଶର୍ମା ଆକାଶଙ୍କ ଏହି ପ୍ରଶ୍ନ ଉପରେ ମୁହଁତୋଡ ଜବାବ ଦେଇଛନ୍ତି।

ରୋହିତ ଶର୍ମା ଆଉଟ୍‌ଲୁକ୍‌ ସହ ଆଲୋଚନା ବେଳେ କହିଛନ୍ତି, ଏମିତି କୌଣସି କାରଣ ନାହିଁ ଯେ, ଅନ୍ୟ ଦଳର ଅଧିନାୟକ ହୋଇ ଆଇପିଏଲ ଜିତିବା ବିଷୟରେ ସେ ଚିନ୍ତା କରିବେ। ସେ କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏଥିପାଇଁ ସଫଳ ହେଉଛି କାରଣ ଦଳ ପ୍ରତି ସିଜିନରେ ଭଲ ଯୋଜନା ସହ  ପଡିଆକୁ ଓହ୍ଲାଇଥାଏ। ରୋହିତ ଶର୍ମା କହିଛନ୍ତି, ମୋତେ ଅନ୍ୟ କୌଣସି ଦଳର ଅଧିନାୟକ ହୋଇ ଆଇପିଏଲ ଜିତିବା ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ? ମୁମ୍ବାଇ ଇଣ୍ଡିଆନ୍ସ ନିଜର ପ୍ରତ୍ୟେକ ଖେଳାଳି ଏବଂ ପୂରା ଦଳ ଉପରେ ଭରସା କରେ। ସେ ଖେଳାଳିଙ୍କୁ ଦଳରୁ କାଢିବା ଉପରେ ବିଶ୍ଵାସ କରନ୍ତି ନାହିଁ। ରୋହିତ କହିଛନ୍ତି, ରାତାରାତି ଟିମ୍ ଗଢି ହୁଏ ନାହିଁ। ଗତ ଚାରି ବର୍ଷରେ ମୁମ୍ଵାଇ ଇଣ୍ଡିଆନ୍ସ  ନିଜର କୋର ଟିମ୍ ଗଢିଛି। କିରଣ ପୋଲାର୍ଡ ଦଳ ସହିତ ୨୦୧୦ରୁ ଦଳରେ ଜଡିତ ଅଛନ୍ତି।

ରୋହିତ ଶର୍ମା କହିଛନ୍ତି, କଣ ମୁମ୍ବାଇ ଇଣ୍ଡିଆନ୍ସ ରାତା-ରାତି ଭଲ ଟିମ୍‌ ହୋଇ ଯାଇଛି ? କଦାପି ନୁହେଁ। ଏହି ଫ୍ରାଞ୍ଚାଇଜି ଦଳକୁ ବଦଳାଇବା ଓ ଖେଳାଳିଙ୍କକୁ ବାହାର କରିବାରେ ବିଶ୍ଵା କରେ ନାହିଁ। ରୋହିତ ଶର୍ମା ଓ ଅନ୍ୟ ଖେଳାଳି ମଧ୍ୟ ୨୦୧୧ରେ ନିଲାମୀ ସାମିଲ ଥିଲେ। କିନ୍ତୁ ମୁମ୍ଵାଇ ଇଣ୍ଡିଆନ୍ସ ମୋତେ ଚୟନ କଲା ଏବଂ ଏକ ମଜବୁତ ଟିମ୍ ଛିଡା କରାଇଛି।

   Related Posts