Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଆଇପିଏଲରେ କାହା ବିପକ୍ଷରେ ଖେଳିବାକୁ ଭଲ ଲାଗିଥାଏ ? ମଜାଳିଆ ଢଙ୍ଗରେ ଉତ୍ତର ଦେଲେ ରୋହିତ୍

19/09/2020 at 3:54 PM

ନୂଆଦିଲ୍ଲୀ, ୧୯|୦୮ :  ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମୁହାଁମୁହିଁ ହେବେ । ଶନିବାର ଏହି ମ୍ୟାଚ୍ ଆବୁଧାବୀର ଶେଖ୍ ଜାୟଦ ଷ୍ଟାଡିୟମରେ ଖେଳାଯିବ । ତେବେ ମ୍ୟାଚ୍ ପୂର୍ବରୁ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା କାହା ବିପକ୍ଷରେ ଖେଳିବାକୁ ପସନ୍ଦ କରନ୍ତି ତାହା କହିଛନ୍ତି ।

ଆଇପିଏଲର ଗତ ସିଜିନରେ ଉଭୟ ଦଳ ଫାଇନାଲରେ ପହଁଚିଥିଲେ । ତେବେ ଫାଇନାଲରେ ମୁମ୍ବାଇ ବିଜୟଲାଭ କରିଥିଲା । ଏପରିକି ଟ୍ରଫି ଉପରେ କବଜା କରିଥିଲା ।

ରୋହିତ ମୁମ୍ବାଇ ଇଣ୍ଡିଆର ଟ୍ୱିଟର ପେଜରେ କହିଛନ୍ତି ଯେ, ଚେନ୍ନାଇ ବିରୋଧରେ ଖେଳିବାକୁ ସଦାବେଳେ ଭଲ ଲାଗେ । ଏହି ମୁକାବିଲାରେ ସେ ମଜା ନେଇଥାନ୍ତି । ଅନ୍ୟ ଟିମ୍ ଭଳି ମଧ୍ୟ ଚେନ୍ନାଇ ଗୋଟିଏ ଟିମ୍ ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, ଏହି ମ୍ୟାଚ୍ ହେଉଛି ସବୁଠାରୁ ପସନ୍ଦ କରାଯାଉଥିବା ଦୁଇଟି ଦଳ ମଧ୍ୟରେ ମୁକାବିଲା । ଏହିମ୍ୟାଚକୁ ଦର୍ଶକ ଅପେକ୍ଷା କରି ରହିଥାନ୍ତି । ଏହି ଦୁଇ ଦଳକୁ ଦର୍ଶକ ବହୁତ ଭଲ ପାଇବା ଦେଇଥାନ୍ତି । ତେଣୁ ମ୍ୟାଚରେ ମଜା ଆସିଥାଏ ।

   Related Posts