ରୋହିତ ଶର୍ମା ହେଲେ ଟେଷ୍ଟ ଟିମର ଉପ-ଅଧିନାୟକ, ତୃତୀୟ ମ୍ୟାଚ ଖେଳିବେ ହିଟ୍‌ମ୍ୟାନ୍‌

Published By : Prameya-News7 Bureau | January 01, 2021 IST

ମେଲବର୍ଣ୍ଣ ୦୧/୦୧ : ଆହତ ସମସ୍ୟାରୁ ବାହାରିବା ପରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଦଳରେ ସାମିଲ ହୋଇଛନ୍ତି ହିଟ୍‌ମ୍ୟାନ୍ ରୋହିତ ଶର୍ମା । ଏହା ସହ ତାଙ୍କୁ ଦଳର ଉପ ଅଧିନାୟକ ଭାବେ ଦାୟିତ୍ବ ମଧ୍ୟ ଦିଆଯାଇଛି । ବର୍ତ୍ତମାନ ପିତୃତ୍ବ ଅବକାଶରେ ଥିବା ବିରାଟ କୋହଲିଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କୁ ଦଳର ଅଧିନାୟକ କରାଯାଇଥିଲା । ଏହା ସହ ମେଲବର୍ଣ୍ଣ ଟେଷ୍ଟରେ ଚେତେଶ୍ବର ପୂଜାରାଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଥିଲା ।

ଟିମ୍‌ ମ୍ୟାନେଜମେଣ୍ଟ ପୂର୍ବରୁ ଘୋଷଣା କରିଥିଲା ଯେ, ଯଦି ରୋହିତ ଫିଟ୍‌ ହୋଇ ଦଳରେ ସାମିଲ ହୁଅନନ୍ତି ତେବେ ତାଙ୍କୁ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯିବ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଅଧିନାୟକ ହେବା ପରେ ଭାରତୀୟ ଟିମରେ ଉପ-ଅଧିନାୟକକୁ ନେଇ କୌଣସି ସନ୍ଦେହ ନଥିଲା । ରୋହିତ ଶର୍ମା ହିଁ ଉପ-ଅଧିନାୟକ ଥିଲେ । ତେବେ ରୋହିତ ଆହତ ଥିବାରୁ ଫିଟ୍‌ ହେବା ଯାଏଁ ପୂଜାରାଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦିଆଯାଇଥିଲା ।

ରୋହିତ ଫିଟ୍ ହୋଇ ୩ୟ ଟେଷ୍ଟରେ ସାମିଲ ହେବା ପରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ଟିମରୁ ବାହାର କରାଯାଇପାରେ । ତେବେ ଯଦି ରୋହିତ ଶର୍ମା ମଧ୍ୟ କ୍ରମରେ ବ୍ୟାଟିଂ କରନ୍ତି ତେବେ ହନୁମା ବିହାରୀଙ୍କୁ ଦଳରୁ ବାଦ ଦିଆଯାଇପାରେ । ଜାନୁୟାରୀ ୭ରୁ ସିଡନୀରେ ତୃତୀୟ ଟେଷ୍ଟ ଖେଳାଯିବ ।

ଭାରତୀୟ ଟେଷ୍ଟ୍ ଟିମ

ଅଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ସ, କେଏଲ ରାହୁଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଶୁଭମାନ ଗିଲ, ରିଦ୍ଧିମାନ ଶାହା (ଓ୍ବିକେଟ କିପର), ଋଷଭ ପନ୍ତ (ଓ୍ବିକେଟ କିପର), ଜଶପ୍ରୀତ ବୁମରାହ, ନବଦୀପ ସାଇନୀ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ, ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ଏବଂ ଟି. ନଟରାଜନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.