ପୂରା ଟିମକୁ ଇଂଲଣ୍ଡରେ ଛାଡି ଆଜି ମୁମ୍ବାଇ ପହଞ୍ଚିଲେ ରୋହିତ ଶର୍ମା

Published By : Prameya-News7 Bureau | July 13, 2019 IST

ମୁମ୍ବାଇ୧୩\୭:  ବିଶ୍ବକପ ସେମିଫାଇନାରେ ପରାଜୟ ପରେ ସବୁଠୁ ଅଧିକ ଦୁଃଖୀ ଦେଖାଯାଇଥିଲେ ଦୁଇଜଣ ଖେଳାଳି । ସେମାନେ ହେଲେ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀ । ସେମିଫାଇନାଲରେ ପରାସ୍ତ ପରେ ପୂରା ଭାରତୀୟ ଟିମ ଏବେ ବି ଲଣ୍ଡନର ଏକ ହୋଟେଲରେ ଅବସ୍ଥାନ କରୁଥିବାବେଳେ ଆଜି ରୋହୀତ ଶର୍ମା ମୁମ୍ବାଇ ଫେରିଆସିଛନ୍ତି ।

ଚଳିତ ବିଶ୍ବକପରେ ରୋହିତଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ଟୁର୍ଣ୍ଣାମେଣ୍ଟରେ ୫ଟି ଶତକ କରି ରୋହିତ ବିଶ୍ବ ରେକର୍ଡ କରିଥିଲେ । ତେବେ ସେମିଫାଇନାଲ ମ୍ୟାଚରେ ସେ ମାତ୍ର ୧ରନ କରି ଆଉଟ ହୋଇଯାଇଥିଲେ । ସେ ଆଉଟ ହେବା ଦଳ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଆସନ୍ତାକାଲି ବିଶ୍ବକପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ତେବେ ଏହା ପୂର୍ବରୁ ଏବଂ ପୂରା ଟିମକୁ ଛାଡି ରୋହିତ ଆଗୁଆ ମୁମ୍ବାଇ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କିନ୍ତୁ ଭାରତ ପ୍ରତ୍ୟାବର୍ତ୍ତନ ନେଇ ଟିକଟ ମିଳିବା ପରିପ୍ରେକ୍ଷୀରେ ରୋହିତ ମୁମ୍ବାଇ ଫେରିଥିବା ଜଣାପଡିଛି । ଆସନ୍ତା କାଲି ଟିମର କିଛି ସଦସ୍ୟ ଦିଲ୍ଲୀ, ମୁମ୍ବାଇ ଓ ଦେଶର ଅନ୍ୟାନ୍ୟ ସ୍ଥାନକୁ ଫେରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସେମିଫାଇନାଲରେ ଟିମ ଇଣ୍ଡିଆ ପରାସ୍ତ ହେବା ନେଇ ରୋହିତ ଟୁଇଟ ଜରିଆରେ ଭାବୁକ ସନ୍ଦେଶ ଦେଇଥିଲେ । ସେ କହିଥିଲେ ଯେ, ମାତ୍ର ଅଧଘଣ୍ଟାର ଖରାପ ଖେଳ ଭାରତକୁ ବିଶ୍ବକପରୁ ଦୂରେଇଦେଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.