Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବିସିସିଆଇକୁ ଧନ୍ୟବାଦ ଦେଲେ ରୋହିତ, ପ୍ରଶଂସା ମଧ୍ୟ କଲେ, ଜାଣନ୍ତୁ କାହିଁକି..

14/11/2020 at 2:20 PM

ନୂଆଦିଲ୍ଲୀ,୧୪/୧୧:  ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ବ୍ୟାଟସମ୍ୟାନ୍ ଓ ପାଞ୍ଚ ଥର ଆଇପିଏଲ ଚାମ୍ପିଅନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି । କରୋନା ଭାଇରସର ମହାମାରୀ ମଧ୍ୟରେ ଆଇପିଏଲ-୧୩ର ସଫଳ ଓ ସୁରକ୍ଷିତ ଆୟୋଜନ ପାଇଁ ସେ ବିସିସଆଇକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଆଇପିଏଲ-୨୦୨୦ର ଆୟୋଜର ଭାରତରେ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ହୋଇଥାନ୍ତା । କିନ୍ତୁ କରୋନା ଭାଇରସ ପାଇଁ ଏହାକୁ ଅନିଶ୍ଚିତ କାଳ ଯାଏଁ ସ୍ଥଗିତ ରଖିବାକୁ ପଡିଥିଲା । ପରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ଯାଏଁ ଆବୁଧାବି, ଦୁବାଇ ଓ ଶାରଜାହରେ ଏହାକୁ ଆୟୋଜନ କରାଯାଇଥିଲା ।

ପ୍ରାୟ ୬୦ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ଗତ ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପଞ୍ଚମ ଥର ପାଇଁ ଟ୍ରଫି ହାତେଇଥିଲା । ଦିଲ୍ଲୀର ଟିମ୍ ପ୍ରଥମ ଥର ପାଇଁ ଫାଇନାଲରେ ପହଁଚିଥିଲା ।

ରୋହିତ ଟ୍ୱିଟ୍ କରି କହିଛନ୍ତି ଯେ, ସେ ଆଇପିଏଲ-୧୩ର ଆୟୋଜନକୁ ନେଇ ଆଇପିଏଲ ଓ ବିସିସିଆଇ ସଦସ୍ୟଙ୍କ ପ୍ରତିବଦ୍ଧତା ଓ ଅନୁଶାସନର ପ୍ରଶଂସା କରିଛନ୍ତି ।

ରୋହିତ ଆହୁରି ସମସ୍ତ ୮ଟି ଫ୍ରାଞ୍ଚାଇଜର ମଧ୍ୟ ପ୍ରଶଂସା କରିଛନ୍ତି । ଫ୍ରାଞ୍ଚାଇଜ୍‌ମାନେ ଖେଳାଳି ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ସୁରକ୍ଷିତ ମାହୋଲ ତିଆରି କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।

   Related Posts