Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଦଳ ଯେଉଁଠି ଚାହିଁବ ସେହି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ: ରୋହିତ ଶର୍ମା

22/11/2020 at 4:04 PM

ନୂଆଦିଲ୍ଲୀ ୨୨/୧୧ : ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ତୟାର ଟିମ ଇଣ୍ଡିଆ । ଆହତ କାରଣରୁ ଟିମରୁ ବାହାରେ ଥିବା ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏଥିମଧ୍ୟରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଟେଷ୍ଟ ସିରିଜରେ ରୋହିତଙ୍କ ଭୂମିକା ଗୁରୁତ୍ବପୁର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ କ୍ରିକେଟ ପ୍ରଶଂସକଙ୍କ ପ୍ରଶ୍ନ ହେଉଛି ରୋହିତ କେତେ ନମ୍ବରରେ ବ୍ୟାଟିଂ କରିବେ ?

ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ଭାରତ ଫେରିବେ । ତେବେ ରୋହିତଙ୍କୁ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ବର ପୂଜାରାଙ୍କ ସହ ବଡ ଭୂମିକା ତୁଲାଇବାକୁ ପଡିବ । ପିଟିଆଇକୁ ରୋହିତ ଶର୍ମା ଦେଇଥିବା ମନ୍ତବ୍ୟରେ କହିଛନ୍ତି ଯେ, ଟିମ ଯେତେବେଳେ ଚାହିଁବ ଏବଂ ଯେଉଁ ସ୍ଥାନରେ ଖେଳିବାକୁ କହିବ ସେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ବେଙ୍ଗାଲୁରୁ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ଷ୍ଟେନଥ୍ ଏବଂ କକଣ୍ଟିସନିଂ ଟ୍ରେନିଂ ପରେ ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ବୋଲି ସୂଚନା ଦେଇଛନ୍ତି । ତେବେ ଏହାରି ଭିତରେ ଟିମ ମ୍ୟାନେଜମେଣ୍ଟେ ତାଙ୍କୁ କେଉଁସ୍ଥାନରେ ଖେଳାଇବ ତାହା ନିଷ୍ପତ୍ତି ନେଇ ସାରିଥାଇପାରେ ବୋଲି ରୋହିତ କହିଛନ୍ତି ।

ରୋହିତ ଶର୍ମା କହିଛନ୍ତିଯେ, ବିରାଟ କୋହଲିଙ୍କ ସ୍ଥାନରେ ଦଳରେ କିଏ ସାମିଲ ହେ​ବେ ତାହା ଚୟନକର୍ତ୍ତା ନିଷ୍ପତ୍ତି ନେଇସାରିଥିବେ । ଆଇପିଏଲ ବେ​‌ଳେ ରୋହିତଙ୍କୁ ହେମଷ୍ଟ୍ରିଙ୍ଗରେ ସାମାନ୍ୟ ଆଘାତ ଲାଗିଥିଲା । ରୋହିତ କହିଛନ୍ତି ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସ୍ପଷ୍ଟ ହୋଇଯିବ ହେ ସେ କେଉଁସ୍ଥାନରେ ଖେଳିବେ କିନ୍ତୁ ସେ ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ।

   Related Posts