Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ରୋହିତ ‘ଖେଳ ରତ୍ନ’ ଏବଂ ଇଶାନ୍ତ, ଧାବନ ଓ ଦୀପ୍ତି ‘ଅର୍ଜୁନ’ ପୁରସ୍କାର ଲାଗି ମନୋନୀତ

30/05/2020 at 7:55 PM

ନୂଆଦିଲ୍ଲୀ ୩୦।୫: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓପ୍ନର ବ୍ୟାଟସ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ୨୦୨୦ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ଲାଗି ଶନିବାର ମନୋନୀତ କରିଛନ୍ତି। ସେହିପରି କ୍ରିକେଟର ଇଶାନ୍ତ ଶର୍ମା, ଶିଖର ଧାବନ ଓ ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ୨୦୨୦ ଅର୍ଜୁନ ପୁରସ୍କାର ଲାଗି ମନୋନୀତ କରିଛନ୍ତି। ବିସିସିଆଇ  ନୋମିନେସନ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରିଡାମନ୍ତ୍ରାଳୟଙ୍କୁ ପଠାଇ ଦେଇଛନ୍ତି।

୨୦୨୦ ରାଜୀବ ଗାନ୍ଧି ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ନିମନ୍ତେ ଖେଳାଳିଙ୍କ ମନୋନୟନ ନିମନ୍ତେ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ବିସିସିଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଯେଉଁ ଖେଳାଳି ୧ ଜାନୁୟାରୀ ୨୦୧୬ରୁ   ୩୧ ଡିସେମ୍ବର ୨୦୧୯ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି କେବଳ ସେପରି ଖେଳାଳିଙ୍କୁ ସମ୍ମାନ ନିମନ୍ତେ ମନୋନୟନ କରିବାକୁ ମାର୍ଗଦର୍ଶନ ଜାରି କରିଥିଲେ। ସେହି ଅନୁସାରେ ବିସିସିଆଇ ଏହି ମନୋନୟନ କରିଛନ୍ତି।

ରୋହିତା ଶର୍ମା ବ୍ରାଇଟ୍ ବଲ୍‌ କ୍ରିକେଟରେ ବେଶ୍ ସ୍କୋର କରିଥିବା ବେଳେ ତାଙ୍କୁ ୨୦୧୯ରେ ଆଇସିସି ୱାନଡେ କ୍ରିକେଟର ଅଫ ଦି ଇୟର ଭାବେ ମନେୋନୀତ କରାଯାଇଥିଲା। ୱାନଡେ କ୍ରିକେଟ୍ ଇତିହାସରେ ରୋହିତ ଏପରି ଖେଳାଳି ଯିଏ ଗୋଟିଏ ୱାର୍ଲଡ କପ୍ ସିଜିନରେ ଲଗାତାର ୫ମ ଶତକ ହାସଲ କରିବାର କିର୍ତ୍ତିମାନ ସ୍ଥାପନା କରିଛନ୍ତି। କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ରୋହିତ ୪ଟି ଶତକ ମଧ୍ୟ ହାସଲ କରିଛନ୍ତି। ଏହା ଛଡା ଗତବର୍ଷ ରୋହିତ ଟେଷ୍ଟ ଓପ୍ନର ଭାବେ ପ୍ରଥମ ମ୍ୟାଚ୍‌ରେ ଦ୍ୱିଶତକ କରିଥିଲେ।

   Related Posts