Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ତୃତୀୟ ଟେଷ୍ଟ ଖେଳିବେ ରୋହିତ ଶର୍ମା ! ବୁଧବାରଠୁ ଦଳ ସହ କରିବେ ଅଭ୍ୟାସ

29/12/2020 at 9:57 AM

ମେଲବର୍ଣ୍ଣ,୨୮/୧୨:  ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି । କିନ୍ତୁ ଦଳକୁ ଏଯାଏଁ ମଜବୁତ ଓପନିଂ ଯୋଡି ମିଳିପାରି ନାହିଁ । ତୃତୀୟ ଟେଷ୍ଟ ପୂର୍ବରୁ ଦଳ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଡିସେମ୍ବର ୩୦ରେ ଭାରତୀୟ ଦଳ ସହ ସାମିଲ ହେବେ । ଆଇପିଏଲରେ ଆହତ ହୋଇଥିବା ରୋହିତ ଏନସିଏରେ ଫିଟନେସ୍ ଟେଷ୍ଟ ଦେଇଥିଲେ । ପରେ ସେ ଗତ ୧୬ ତାରିଖରେ ଅଷ୍ଟ୍ରେଲିଆରେ ପହଁଚିଥିଲେ । ଏହାସହ ୧୪ ଦିନ କ୍ୱାରେଣ୍ଟାଇନରେ ରହିଥିଲେ ।

ବିସିସିଆଇର ସୂତ୍ରାନୁସାରେ, ରୋହିତ ବୁଧବାର ମେଲବର୍ଣ୍ଣରେ ପହଁଚିବେ ଓ ଷ୍ଟାଡିୟମରେ ଖେଳାଳିଙ୍କ ସହ ଅଭ୍ୟାସ କରିବେ । ଏହାସହ ତୃତୀୟ ଟେଷ୍ଟ ମଧ୍ୟ ମେଲବର୍ଣ୍ଣରେ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି । କାରଣ ତୃତୀୟ ମ୍ୟାଚ୍ ସିଡନୀରେ ଖେଳାଯାଇଥାନ୍ତା । କିନ୍ତୁ କରୋନା ମାମଲା ବଢିବା ପରେ ଏଥିରେ ପରିବର୍ତ୍ତନ କରାଯାଇଛି ।

ପ୍ରଥମ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରଓ୍ୱାଲ ଓ ପୃଥ୍ୱୀ ଶଙ୍କ ଓପନିଂ ଯୋଡି ଫ୍ଲପ୍ ହୋଇଥିଲା । ଉଭୟ ପାଳିରେ ପୃଥ୍ୱୀ ବୋଲ୍ଡ ହୋଇଥିଲେ । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ମୟଙ୍କ ଅଗ୍ରଓ୍ୱାଲ ସଅଳ ଆଉଟ ହୋଇଥିଲେ । ରୋହିତ ଶର୍ମା ଦଳରେ ସାମିଲ ହେବା ପରେ ଓପନିଂ ବିଭାଗ ଶକ୍ତିଶାଳୀ ହେବ ।

ସିଡନୀରେ କରୋନା ମାମଲା ପାଇଁ ତୃତୀୟ ଟେଷ୍ଟର ଆୟୋଜନ ମେଲବର୍ଣ୍ଣରେ ହେବ । ଜାନୁଆରୀ ୭ରୁ ୧୧ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ବିସିସିଆଇ ମଧ୍ୟ ରୋହିତଙ୍କୁ କ୍ୱାରେଣ୍ଟାଇନ ପୂରଣ ପାଇଁ ଅନୁମତି ଦେବାକୁ କ୍ରିକେଟ ଅଷ୍ଟ୍ରେଲିଆକୁ ଅନୁରୋଧ କରିଥିଲା ।  

   Related Posts