ଅଷ୍ଟ୍ରେଲିଆ ଟୁରରେ କମାଲ ଦେଖାଇବେ ରୋହିତ ଶର୍ମା: ମାଇକେଲ ହସି

Published By : Prameya-News7 Bureau | July 01, 2020 IST

ମେଲବର୍ଣ୍ଣ : କରୋନା ଭାଇରସ୍ ମହାମାରୀକୁ ନେଇ ଟିମ୍‌ ଇଣ୍ଡିଆ ପୁଣି ମୈଦାନକୁ ଓହ୍ଲାଇବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଚଳିତବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆ ସହ ୪ ଟିକିଆ ଟେଷ୍ଟ ମ୍ୟାଚ୍‌ ସିରିଜ ସ୍ଥିରିକୃତ ହୋଇଛି। ଏଣୁ କ୍ରିକେଟ୍ ଅଷ୍ଟ୍ରେଲିଆ ଓ ବିସିସିଆଇ କାର୍ଯ୍ୟକ୍ରମ ପୂର୍ବରୁ ଆନୁଷ୍ଠାନିକ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ତେବେ ଅଷ୍ଟ୍ରେଲିଆର ପୂର୍ବତନ ଦିଗ୍ଗଜ କ୍ରିକେଟର ମାଇକେଲ ହସଙ୍କ  ମନ୍ତବ୍ୟ ଏବେ ଆଲୋଚନାର ବିଷୟ ପାଲଟିଛି। ଯଦି ଏହି ସିରିଜ ଅନୁଷ୍ଠିତ ହୁଏ ଓ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତ କରନ୍ତି ତେବେ ରୋହିତ ଶର୍ମାଙ୍କ କମାଲ ନିଶ୍ଚିତ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।

{"id":294356,"sizeSlug":"large"}

ଭାରତ-ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚ୍‌ ବ୍ରିସ୍‌ବେନରେ ଖେଳାଯିବ। ଏହି ଶୃଙ୍ଖଳାରେ ସମସ୍ତଙ୍କ ନଜର  ରୋହିତଙ୍କ ଉପରେ ରହିବ। ଗତବର୍ଷ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯାଇଥିବା ସିରିଜରେ ଓପ୍ନିଂ କରି ରୋହିତ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ହସିଙ୍କ ଅନୁସାରେ ଅଷ୍ଟ୍ରେଲିଆର ଭୂଗୋଳ  କ୍ରିକେଟରଙ୍କ ଲାଗି ଏକ ପରୀକ୍ଷା କେନ୍ଦ୍ର। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ହିଁ କ୍ୟାରିୟରରେ ସଫଳ ହୋଇଥାନ୍ତି।

{"id":294357,"sizeSlug":"large"}

ହସି କହିଛନ୍ତି ଯେ ରୋହିତ ଏପର୍ଯ୍ୟନ୍ତ ଟପ୍ ଅର୍ଡରରେ ଅନେକ ଏକଦିବସୀୟ ମ୍ୟାଚ୍‌ ଖେଳିଲେଣି। ଟେଷ୍ଟ ମ୍ୟାଚ୍‌ରେ ବି ସଫଳତା ପାଇଲେଣି। ଏଣୁ ଅଷ୍ଟ୍ରେଲିଆ ଗସ୍ତତାଙ୍କ ଲାଗି ନିଶ୍ଚିତ ଉଲ୍ଲେଖନୀୟ ହେବ। ତେବେ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍‌ ଇଣ୍ଡିଆ ଲାଗି ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ ୱାର୍ଣ୍ଣର ଆହ୍ୱାନ ପାଲଟିପାରନ୍ତି। ହୁଏତ ଏହି ସିରିଜ୍‌ରେ ଅଷ୍ଟ୍ରେଲିଆର ଏହି ଦୁଇ ଖେଳାଳି ଟିମ୍‌ ଇଣ୍ଡିଆ ଲାଗି ସମସ୍ୟାର କାରଣ ବି ହୋଇପାରନ୍ତି ବୋଲି ସେ କହିଛନ୍ତି।

{"id":294358,"sizeSlug":"large"}

ସୂଚନାଯୋଗ୍ୟଯେ ୨୦୧୮ରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିରୋଧରେ ସିରିଜକୁ  ୨-୧ରେ  ନିଜ ନାମରେ କରିବାକୁ ସଫଳ ହୋଇଥିଲା। ତେବେ ଏହି ସିରିଜରେ ଷ୍ଟିଭ ଓ ୱାର୍ଣ୍ଣର ଉଭୟ ଖେଳୁନଥିଲେ। ସେମାନେ ବଲ ଟ୍ୟାମ୍ପରିଂ ଅଭିଯୋଗରେ ଟିମ୍‌ରୁ ବାଦେ ପଡିଥିଲେ। ତେବେ ସେମାନଙ୍କ ବିରୋଧରେ ଲାଗିଥିବା ନିଷିଧାଦେଶ ହଟିବା ପରେ ପୁଣି ଟିମ୍‌କୁ ଫେରିଛନ୍ତି।  

{"id":294359,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.