Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

IPL 2020 : ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟ୍‌କା , ଆଗାମୀ ମ୍ୟାଚ୍‌ଗୁଡିକରେ ରୋହିତ ଶର୍ମାଙ୍କ ଖେଳିବା ନେଇ ସସ୍‌ପେନ୍ସ !

27/10/2020 at 11:40 AM

ନୂଆଦିଲ୍ଲୀ ୨୭।୧୦: ଆଇପିଏଲ୍‌ (IPL) ୨୦୨୦ର ଲିଗ୍‌ ମୁକାବିଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ସବୁ ଟିମ୍‌ ସବୁ ନିଜ ନିଜ ସମସ୍ତ ସାମର୍ଥ୍ୟ ଦେଖାଇବାରେ ଲାଗିପଡିଲେଣି । କିନ୍ତୁ ଏସବୁ ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ଖବର ଆସିନାହିଁ , ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଆଘାତ ଲାଗିଛି । ଆଇପିଏଲ୍‌ରେ ଆଗାମୀ ମ୍ୟାଚ୍‌ ଖେଳିବା ନେଇ ସସ୍‌ପେନ୍ସ ଜାରି ରହିଛି ।

ରୋହିତଙ୍କ ଆଘାତ ନେଇ ବିସିସିଆଇ, ତାଙ୍କୁ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସାମିଲ କରିନାହିଁ । ତେବେ ଆଇପିଏଲ୍‌ର ଆଗାମୀ ମ୍ୟାଚ୍‌ଗୁଡ଼ିକରୁ ମଧ୍ୟ ବାଦ୍‌ ପଡିପାରନ୍ତି ରୋହିତ ଶର୍ମା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ , ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ସୋମବାର ଦିନ ବିସିସିଆଇ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟେଷ୍ଟ, ଦିନିକିଆ, ଟି-୨୦ ଟିମ୍‌ ଘୋଷଣା କରିଛି । ସମସ୍ତ ଫର୍ମାଟରୁ ରୋହିତ ଶର୍ମାଙ୍କୁ ବାଦ୍‌ ଦିଆଯାଇଛି । ରୋହିତ ଶର୍ମାଙ୍କୁ ଆଘାତ ଜନିତ କାରଣ ଲାଗି  ଟିମ୍‌ରୁ ବାଦ୍‌ ଦିଆଯାଇଛି ବୋଲି ବିସିସିଆଇ ପକ୍ଷରୁ ପ୍ରେସ୍‌ ରିଲିଜ୍‌ କରି ସୂଚନା ଦିଆଯାଇଛି । ମେଡ଼ିକାଲ ଟିମ୍‌ ଲଗାତର ଭାବେ ରୋହିତଙ୍କୁ ମନିଟରିଂ କରିବ ବୋଲି ବିସିସିଆଇ ପକ୍ଷରୁ ଜଣାଯାଇଛି।

ତେବେ ରୋହିତଙ୍କୁ କେଉଁ ପ୍ରକାରର ଆଘାତ ଲାଗିଛି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୌଣସି ଅଧିକାରୀକ ଭାବେ ବୟାନ ମଧ୍ୟ ଆସିନାହିଁ । ସୋମବାର ଦିନ ଯେତେବେଳେ ଟିମ୍‌ ଘୋଷଣା ହେଉଥିଲା , ଠିକ୍‌ ସେହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଟ୍ୱିଟ୍‌ ରିଲିଜ କରାଯାଇଥିଲା । ଯେଉଁଥିରେ ରୋହିତ ଶର୍ମା ନେଟ୍‌ସରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ୧୮ ଅକ୍ଟୋବରରେ ରୋହିତ ଶର୍ମା କିଙ୍ଗସ୍‌ ଇଲେଭନ୍ ପଞ୍ଜାବ ବିରୋଧରେ ମ୍ୟାଚ୍‌ ପରେ ଆଉ କୌଣସି ମ୍ୟାଚ୍ ଖେଳିନଥିଲେ, ୨୩ଅକ୍ଟୋବରରେ ଚେନ୍ନାଇ ସୁପର କିଙ୍ଗସ୍‌ ବିରୋଧରେ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମା ଗୋଡ଼ରେ ଆଘାତ ଲାଗିଥିବା ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାପରେ ପୋଲାର୍ଡଙ୍କୁ ଅଧିନାୟକର ଦାୟିତ୍ୱ ଦିଆଯାଇଥିଲା । 

   Related Posts