Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଲ୍ ସଟ୍ ଖେଳିବାରେ ମାହିର ରୋହିତ, ଏହି ସଟରେ ଲଗାଇଛନ୍ତି ସବୁଠାରୁ ଅଧିକ ଛକା

ନୂଆଦିଲ୍ଲୀ, ୨୪ ୦୩: ସମସ୍ତ କ୍ରିକେଟରଙ୍କର କୌଣସି ନା କୌଣସି ଫେଭରେଟ୍ ସଟ୍ ରହିଥାଏ । ଯେଉଁ ଖେଳାଳି ଅନେକ ପ୍ରକାର ସଟ୍ ଖେଳି ପାରନ୍ତି ସେ ସମସ୍ତ ପିଚରେ ଭଲ ରନ କରିଥାନ୍ତି । ଏପରି ଅନେକ କ୍ରିକେଟର ରହିଛନ୍ତି ଯାହାଙ୍କ ନିଜର ସ୍ୱତନ୍ତ୍ର ସଟ୍ ରହିଛି । ଅନେକ ଖେଳାଳି କଟ୍‌, ଲେଟ୍ କଟ୍‌, ସ୍କୋୟାର କଟ୍‌, ଡ୍ରାଇଭ୍‌, ପୁଲ୍ ସଟ୍ ଆଦି ଲଗାଇଥାନ୍ତି ।

ଭାରତୀୟ ଦଳର ଓପନର ରୋହିତ ଶର୍ମାଙ୍କ ସବୁଠାରୁ ପସନ୍ଦଯୋଗ୍ୟ ସଟ୍ ହେଉଛି ପୁଲ୍ ସଟ୍ । ସେ କୌଣସି ବଲରେ ପୁଲ୍ ସଟ୍ ଖେଳିପାରନ୍ତି । ୨୦୧୫ ପରେ ରୋହିତ ସବୁଠାରୁ ଅଧିକ ଛକା ପୁଲ୍ ସଟରେ ଲଗାଇଛନ୍ତି । ସେ ୨୦୧୫ରୁ ଏବେ ସୁଦ୍ଧା ଦିନିକିଆରେ ୧୧୬ଟି ଛକା ଲଗାଇଛନ୍ତି । ଏପରିକି ସେ ୨୦୧୫ରୁ ସବୁଠାରୁ ଅଧିକ ପୁଲ୍ ସଟରେ ଛକା ଲଗାଇବାର ରେକର୍ଡ ମଧ୍ୟ ହାସଲ କରିଛନ୍ତି ।

ଇଂଲଣ୍ଡ କ୍ରିକେଟ ଦଳର ଟି୨୦ ଅଧିନାୟକ ଇଆନ ମୋର୍ଗାନ୍ ମଧ୍ୟ ପୁଲ୍ ସଟ୍ ଲଗାଇବାରେ ମାହିର । ସେ ୨୦୧୯ ବିଶ୍ୱକପରେ ଅଧିକ ପୁଲ୍ ସଟ୍ ଖେଳିଥିଲେ । ଏହି ସଟରେ ସେ ୪୭ଟି ଛକା ଲଗାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ୱେଷ୍ଟଇଣ୍ଡିଜ୍ କ୍ରିକେଟ ଦଳର ବ୍ୟାଟସମ୍ୟାନ୍ ଇଭେନ୍ ଲୁଇସ୍ ୨୦୧୫ ପରେ ପୁଲ୍ ସଟରେ ୪୨ଟି ଛକା ଲଗାଇ ତୃତୀୟ ସ୍ଥାନରେ ରହିଛନ୍ତି ।

ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟସମ୍ୟାନ୍ ଏବି ଡିଭଲର୍ସ୍ ପଡିଆର ସବୁ ଦିଗରେ ସଟ୍ ଖେଳିଥାନ୍ତି । ସେ ଅନେକ ଅସମ୍ଭବ ଲାଗିବା ପରି ସଟ୍ ଖେଳିଥାନ୍ତି । ସେ ପୁଲ୍ ସଟ୍ ଖେଳି ୪୧ଟି ଛକା ଲଗାଇବା ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ।

   Related Posts