Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନିଜର ଆହତ ସମସ୍ୟା ଉପରେ ବଡ ବୟାନ ଦେଲେ ରୋହିତ ଶର୍ମା, କହିଲେ- ଆଶା କରୁଛି ଅଷ୍ଟ୍ରେଲିଆ ଗସ୍ତ ପାଇଁ ସବୁ କିଛି ଠିକ୍ ରହିବ

21/11/2020 at 5:03 PM

ନୂଆଦିଲ୍ଲୀ ୨୧।୧୧: ଭାରତର ସୀମିତ ଓଭର କ୍ରିକେଟ୍ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କ ହାର୍ମଷ୍ଟ୍ରିଙ୍ଗ ସମସ୍ୟାକୁ ନେଇ ହୋଇଥିବା ହୋହାଲ୍ଲା  ଭ୍ରମିତ କରିବା ସହିତ ମନୋରଞ୍ଜନପୂର୍ଣ୍ଣ ଥିଲା। କାରଣ ରୋହିତ ସର୍ବଦା ଜାଣିଥିଲେ ଯେ, ତାଙ୍କର ଆଘାତ ସମସ୍ୟା ସେତେଟା ଗମ୍ଭୀର ନୁହେଁ ଏବଂ ସେ ଅଷ୍ଟ୍ରେଲିଆ ଗସ୍ତରେ ଖେଳିବା ଲାଗି ପ୍ରସ୍ତୁତ।

ଆଇପିଏଲ ଖେଳିବା ସମୟରେ ରୋହିତଙ୍କୁ ଆଘାତ ଲାଗିଥିଲା ଏହି କାରଣରୁ ତାଙ୍କୁ ଚଳିତ ମାସରେ  ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍‌ ଦିଆଯାଇଥିଲା। ଏହା ପରେ ରୋହିତ ଶର୍ମା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ପରେ ତାଙ୍କର ଆଘାତଜନିତ ସମସ୍ୟାକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଥିଲା। ଏହା ବିବାଦର ରୂପ ନେଉଥିବା ଦେଖି ବିସିସିଆଇ ପରବର୍ତ୍ତୀ ସମୟରେ ରୋହିତଙ୍କୁ ଟେଷ୍ଟ ଦଳରେ ସାମିଲ କରିଛି।

ରୋହିତ ଶର୍ମା କହିଛନ୍ତି, ସେତେବେଳେ କଣ ହେଉଥିଲା ଏବଂ ଲୋକେ କାହା ବିଷୟରେ କଥା କହୁଥିଲେ ମୁଁ କିଛି  ବୁଝି ପାରୁନଥିଲି। ମାତ୍ର ଆନୁଷ୍ଠାନିକ ଭାବେ କହିବାକୁ ଚାହୁଁଛି ଯେ, ବିସିସିଆଇ ଓ ମୁମ୍ବାଇ ଇଣ୍ଡିଆନ୍ସ ସହିତ କ୍ରମାଗତ ଯୋଗାଯୋଗରେ ଥିଲି।

ସେ ଯନ୍ତ୍ରଣା ସତ୍ତ୍ଵେ ବି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ ଫାଇନାଲ ମ୍ୟାଚ୍‌ ଖେଳି ୫୦ ବଲରୁ ୬୮ ରନର ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ରୋହିତ ବର୍ତ୍ତମାନ ବେଙ୍ଗାଲୁରୁ ସ୍ଥିତ ରାଷ୍ଟ୍ରୀୟ ଏକାଡେମୀରେ ଟ୍ରେନିଂ ନେଉଛନ୍ତି। ରୋହିତ କହିଛନ୍ତି, ମୁଁ ମୁମ୍ବାଇ ଇଣ୍ଡିଆନ୍ସକୁ ଜଣାଇ ଦେଇଥିଲି ଯେ, ମୁଁ ପଡିଆକୁ ଓହ୍ଲାଇ ପାରିବି କାରଣ ଏହା ଛୋଟ ଫର୍ମାଟ୍‌ର ଖେଳ ଥିଲା ଏବଂ ପରିସ୍ଥିତି ବିଷୟରେ ବେଶ୍‌ ଭଲ ଭାବେ ଅବଗତ ଥିଲି।

ରୋହିତ କହିଛନ୍ତି, ହାମଷ୍ଟ୍ରିଙ୍ଗ ଏବେ ସଂପୂର୍ଣ୍ଣ ଠିକ୍ ଅଛି। ଏହାକୁ ମଜବୁତ କରିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଲମ୍ବା ଫର୍ମାଟରେ ଖେଳିବା ପୂର୍ବରୁ ମୋତେ ନିଜକୁ ସଂପୂର୍ଣ୍ଣ ଫିଟ୍ କରି ନେବା ଉଚିତ୍। ଆଶା କରୁଛି ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ସଂପୂର୍ଣ୍ଣ ଫିଟ୍ ହୋଇ ସାରିଥିବି।

ସେ କହିଛନ୍ତି, ଥରେ ଆଘାତ ଲାଗିବାରୁ ପରବର୍ତ୍ତୀ ଦୁଇ ଦିନ ମୁଁ କେବଳ ଏହା ଦେଖିବାକୁ ଚେଷ୍ଟା କରିଥିଲି ଯେ, ଆଗାମୀ ୧୦ ଦିନ ମୁଁ କଣ କରି ପାରିବି। ମୁଁ ଏହା ଚିନ୍ତା କରୁଥିଲି ଯେ, ମୁଁ ଖେଳି ପାରିବି କି ନାହିଁ। ଯେ ପର୍ଯ୍ୟନ୍ତ ପଡିଆକୁ ଓହ୍ଲାଇ ନାହିଁ ସେ ପର୍ଯ୍ୟନ୍ତ ଜଣା ନଥିଲା ଯେ, ଶରୀର କେଉଁ ଭଳି ବ୍ୟବହାର କରୁଛି।  

   Related Posts