ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ଗସ୍ତ କଲେ ରୋହିତ ଶର୍ମା, ଖେଳିବେ ଶେଷ ୨ଟି ଟେଷ୍ଟ ମ୍ୟାଚ୍ !

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫।୧୨: ଗତ କିଛି ଦିନ ହେବ ଭାରତୀୟ କ୍ରିକେଟ୍ ଦଳର ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପଡିଛି।  ମଙ୍ଗଳବାର ସକାଳେ ରୋହିତ ଶର୍ମା ଅଷ୍ଟ୍ରେଲିଆ ଅଭିମୁଖେ ଗସ୍ତ କରିଛନ୍ତି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଖେଳିବେ। ରୋହିତ ଦୁବାଇ ଦେଇ ଅଷ୍ଟ୍ରେଲିଆରେ ପହଞ୍ଚିବେ। ସେଠାରେ ପହଞ୍ଚିବା ପରେ କ୍ଵାରେଣ୍ଟାଇନ୍‌ରେ ରହି ନିଜର ଫିଟନେସ୍ ଉପରେ କାମ କରିବେ।

ୟୁଏଇରେ ଆୟୋଜିତ ୧୩ତମ ଆଇପିଏଲ ସିଜିନ ସମୟରେ ରୋହିତ ଶର୍ମା ଆହତ ହୋଇଥିଲେ। ଆହତ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ରୁ ବାଦ୍ ପଡିଥିଲେ। ପରେ ଆଘାତ ସ୍ଥିତିରେ ତାଙ୍କୁ ଟେଷ୍ଟ ସିରିଜ୍ ପାଇଁ ଚୟନ କରାଯାଇଥିଲା। କିନ୍ତୁ ପାରିବାରିକ କାରଣରୁ ସେ ୟୁଏଇରୁ ସିଧା ଭାରତ ଫେରି ଆସିଥିଲେ। ଏହା ପରେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ଫିଟନେସ୍‌ ପାଇଁ ପ୍ରଶିକ୍ଷଣ ନେଇଥିଲେ।

ଏନସିଏର ଫିଜିଓ ଶୁକ୍ରବାର ରୋହିତଙ୍କୁ କ୍ଲିନଚିଟ୍ ଦେଇଥିଲେ। ଏହା ପରେ ବିସିସିଆଇ ଶନିବାର ଘୋଷଣା କରିଥିଲା ଯେ ରୋହିତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ନିମନ୍ତେ ଫିଟ୍ ହୋଇ ଯାଇଛନ୍ତି। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେ ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ ରହିବେ। ଏହି ସମୟରେ ନିଜର ଫିଟନେସ୍‌ ଉପରେ କାମ କରିବେ। କ୍ଵାରେଣ୍ଟାଇନ୍ ଅବଧୀ ସମାପ୍ତ ପରେ ଡାକ୍ତରୀ ଦଳ ତାଙ୍କ ଫିଟନେସ୍‌ ଯାଞ୍ଚ କରିବେ। ଏହା ପରେ ସେ ଚାରି ମ୍ୟାଚ୍  ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଶେଷ ଦୁଇଟି ମ୍ୟାଚ୍‌ ଖେଳିବେ କି ନାହିଁ ନିଷ୍ପତ୍ତି ନିଆଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.