'ସୂର୍ଯ୍ୟଙ୍କ ପାଇଁ ମୋତେ ନିଜ ଓ୍ୱିକେଟକୁ ବଳିଦାନ ଦେବା ଉଚିତ ଥିଲା'- ରୋହିତ ଶର୍ମା

Published By : Prameya-News7 Bureau | November 12, 2020 IST

ଦୁବାଇ,୧୨|୧୧:   ଆଇପିଏଲ-୨୦୨୦ରେ ଚାମ୍ପିଅନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ମୁମ୍ବାଇ ଅଧିନାକ ରୋହିତ ଶର୍ମାଙ୍କ ପାଇଁ ନିଜ ଓ୍ୱିକେଟ୍ ଉତ୍ସର୍ଗ କରିଥିଲେ ବ୍ୟାଟସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ । ଏହି ଘଟଣା କିନ୍ତୁ ରୋହିତ ଶର୍ମାଙ୍କୁ ଦୁଃଖିତ କରିଥିବା ମାନିଛନ୍ତି ହିଟ୍ ମ୍ୟାନ୍ ।

ଏହି ମ୍ୟାଚରେ ରୋହିତ ୫୧ ବଲରୁ ୬୮ ରନ୍ କରିଥିଲେ । ରୋହିତଙ୍କ ଏହି ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ୱିକେଟରେ ମାତ୍ ଦେଇ ଟ୍ରଫି ଉପରେ କବଜା କରି ନେଇଥିଲା । ମୁମ୍ବାଇର ଇନିଂସରେ ରୋହିତ ଏକ ସିଙ୍ଗିଲ୍ ରନ୍ ନେବାକୁ ଚାହିଁଥିଲେ । ତେଣୁ ନନ୍ ଷ୍ଟ୍ରାଇକର୍ ଏଣ୍ଡରେ ଥିବା ସୂର୍ଯ୍ୟ କୁମାର ମଧ୍ୟ ରନ୍ ନେବାକୁ ପ୍ରୟାସ କରିଥିଲେ । କିନ୍ତୁ ସୂର୍ଯ୍ୟ କୁମାର ରନ୍ ପାଇଁ ମନା କରିଦେଇଥିଲେ । ଏହା ସତ୍ତ୍ୱେ ରୋହିତ ନନ ଷ୍ଟ୍ରାଇକର୍ ଏଣ୍ଡକୁ ଚାଲି ଆସିଥିଲେ । ତେବେ ସୂର୍ଯ୍ୟ ରୋହିତଙ୍କ ପାଇଁ ନିଜ ଓ୍ୱିକେଟ୍ ଉତ୍ସର୍ଗ କରିଥିଲେ ।

{"id":360328,"sizeSlug":"large"}

ଏହାକୁ ନେଇ ରୋହିତ କହିଛନ୍ତି ଯେ, ସୂର୍ଯ୍ୟ ଭଲ ଫର୍ମରେ ଥିଲେ । ତେଣୁ ମୁଁ ନିଜ ଓ୍ୱିକେଟକୁ ବଳୀଦାନ କରି ଦେବାର ଥିଲା । ସେ ସାରା ଟୁର୍ଣ୍ଣାମେଣ୍ଟରେ ଭଲ ସ୍କୋର କରିଥିଲେ । ଏପରିକି ଅନେକ ଅବିଶ୍ୱସନୀୟ ସଟ୍ ଖେଳିଥିଲେ ।

ଏହି ଘଟଣାକୁ ନେଇ ସୂର୍ଯ୍ୟ କହିଛନ୍ତି ଯେ, ସେ ଜାଣିଥିଲେ ଯେ, ରୋହିତ ଦଳକୁ ବିଜୟ ଅଭିମୁଖେ ନେବେ । ତେଣୁ ନିଜ ଓ୍ୱିକେଟ୍ ହରାଇବା ନେଇ ସେ ଦୁଃଖ ପ୍ରକାଶ କରି ନାହାଁନ୍ତି । ରୋହିତ ଭଲ ଫର୍ମରେ ଥିଲେ ବୋଲି ସୂର୍ଯ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.