ରୋହିତଙ୍କ ଶର୍ମାଙ୍କ ‘ସିଡନୀ’ ରିହରସେଲ୍, ତୃତୀୟ ଟେଷ୍ଟ ପାଇଁ କରୁଛନ୍ତି ଜବରଦସ୍ତ ପ୍ରାକ୍ଟିସ୍
31/12/2020 at 4:07 PM

ସିଡନୀ, ୩୧।୧୨: ମେଲବର୍ଣ୍ଣ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିବା ପରେ ଭାରତୀୟ ଦଳର ମନୋବଳ ଆକାଶଛୁଆଁ ରହିଛି । ଦଳ ଏବେ ସିଡନୀ ଟେଷ୍ଟ ଉପରେ ନଜର ରଖିଛି । ଏଠାରେ ପୁଣି ଅଷ୍ଟ୍ରଲିଆକୁ ମାତ୍ ଦେଇ ସିରିଜରେ ଆଗୁଆ ରହିବାକୁ ଦଳ ଲକ୍ଷ୍ୟ ରଖିବ । ସବୁଠାରୁ ବଡ କଥା ହେଉଛି ଯେ ଦଳରେ ରୋହିତ ଶର୍ମା ମଧ୍ୟ ସାମିଲ ହୋଇ ସାରିଛନ୍ତି ।
ବୁଧବାର ରୋହିତ ଭାରତୀୟ ଦଳ ରହୁଥିବା ହୋଟେଲରେ ପହଁଚିଥିଲେ । ସେ କ୍ୱାରେଣ୍ଟାଇନରେ ଥିଲେ ଓ ପ୍ରତମ ଦୁଇଟି ମ୍ୟାଚ୍ ଆହତଜନିତ କାରଣରୁ ଖେଳିପାରି ନଥିଲେ । ଏବେ ସେ ସିଡନୀ ଟେଷ୍ଟ ପାଇଁ ଅଭ୍ୟାସ ଆରମ୍ଭ କରିଦେଲେଣି ।
The engine is just getting started and here is a quick glimpse of what lies ahead. #TeamIndia #AUSvIND pic.twitter.com/3UdwpQO7KY
— BCCI (@BCCI) December 31, 2020
ବିସିସିଆଇ ସୋସିଆଲ ମି଼ଡିଆରେ ରୋହିତ ଶର୍ମାଙ୍କ ଏକ ଫଟୋ ସେୟାର କରିଛି । ଯେଉଁଥିରେ ସେ ପିଲ୍ଡିଂ ଅଭ୍ୟାସ କରୁଥିବା ନଜର ଆସିଛନ୍ତି । ବିସିସିଆଇ ରୋହିତଙ୍କ ଫଟୋ ସେୟାର କରି ଲେଖିଛି ଯେ, ଇଞ୍ଜିନ ଷ୍ଟାର୍ଟ ହୋଇଯାଇଛି । ଆଗକୁ କଣ ହେବାକୁ ଯାଉଛି ତାର କିଛି ଝଲକ ଦେଖିବାକୁ ମିଳୁଛି ।
ସୂଚନାଯୋଗ୍ୟ, ରୋହିତ ସିଡନୀ ଟେଷ୍ଟ ଖେଳିପାରନ୍ତି । ଭାରତୀୟ ଦଳର ଦୁଇ ବ୍ୟାଟସମ୍ୟାନ୍ ମୟଙ୍କ ଅଗ୍ରଓ୍ୱାଲ ଓ ହନୁମା ବିହାରୀ ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିଲେ ।ତେଣୁ ରୋହିତଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି ।