Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସୀମିତ ଓଭର କ୍ରିକେଟ୍‌ରେ ଅଧିନାୟକ ଭାବେ ରାହୁଲଙ୍କ ପ୍ରଥମ ପସନ୍ଦ ରୋହିତ, ଦୌଡରେ ଅଛନ୍ତି ଏହି ଖେଳାଳି

4/11/2021 at 5:16 PM

ନୂଆଦିଲ୍ଲୀ ୦୪।୧୧: ଆଇସିସି ଟି-୨୦ ବିଶ୍ଵ କପ୍‌ ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ରାହୁଲ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ସମ୍ଭାଳିବେ ଏବଂ କ୍ରିକେଟ୍ ପ୍ରେମୀଙ୍କୁ ସୀମିତ ଓଭର କ୍ରିକେଟ୍‌ରେ ନୂତନ ଅଧିନାୟକ ଦେଖିବାକୁ ପାଇବେ। ବିରାଟ  କୋହଲି ବିଶ୍ଵ କପ୍ ପରେ ଟି-୨୦ ଦଳର ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରି ସାରିଛନ୍ତି। ଏବେ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୀମିତ ଓଭର କ୍ରିକେଟ୍‌ରେ ରାହୁଲ ଦ୍ରାବିଡଙ୍କ ନଜରରେ ଅଧିନାୟକ ଭାବେ ପ୍ରଥମ ପସନ୍ଦ ହେଉଛନ୍ତି ରୋହିତ ଶର୍ମା।

ଏହା ମଧ୍ୟ କୁହାଯାଉଛି ଯେ, ଯଦି  ଭାରତୀୟ ଦଳ ଟି-୨୦ ବିଶ୍ଵ କପର ସେମି ଫାଇନାଲରେ ନପହଞ୍ଚେ ତେବେ କୋହଲିଙ୍କ  ହାତରୁ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ଯାଇପାରେ।  ବିସିସିଆଇ ବୁଧବାର ରାହୁଲ ଦ୍ରାବିଡଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ବୋଲି ଔପଚାରିକ ଘୋଷଣା କରିଥିଲା। ମାତ୍ର କୋହଲିଙ୍କ ଉତ୍ତରାଧିକାରୀ ଚୟନ କରାଯାଇ ନାହିଁ। ଅନେକ କ୍ରିକେଟ୍ ବିଶେଷଜ୍ଞଙ୍କ ଅନୁଯାୟୀ ରୋହିତ ଶର୍ମା ସୀମିତ ଓଭର କ୍ରିକେଟ୍‌ର ଅଧିନାୟକ ଭାବେ ସବୁଠୁ ଯୋଗ୍ୟ ବ୍ୟକ୍ତି। ଆଉ କିଛି କେଏଲ ରାହୁଲ ଓ ଋଷଭ ପନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି।

ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ନବ ନିଯୁକ୍ତ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏକ ସାକ୍ଷାତକାରରେ ଟି-୨୦ ଦଳର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ପ୍ରଥମ ପସନ୍ଦ କହିଛନ୍ତି। ରୋହିତଙ୍କ ପରେ କେଏଲ ରାହୁଲ ତାଙ୍କର ଦ୍ଵିତୀୟ ପସନ୍ଦ।

ରୋହିତ ଶର୍ମା ଆଇପିଏଲରେ ଜଣେ ସଫଳ ଅଧିନାୟକ ଭାବେ ନିଜକୁ ସାବ୍ୟସ୍ତ କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସକୁ ରେକର୍ଡ ୫ ଥର ଚାମ୍ପିଅନ କରାଇଛନ୍ତି। ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ନିଦହାସ ଟ୍ରଫି ଓ ଏସିଆ କପ୍ ୨୦୧୮ ଟାଇଟଲ୍ ଜିତିଥିଲା। ଯଦି ହିଟମ୍ୟାନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଘରୋଇ ସିରିଜ୍‌ରେ ଦଳର ଅଧିନାୟକ କରେ ତେବେ ଏହା ପ୍ରଶଂସକଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ସିରିଜ୍ ନଭେମ୍ବର ୧୭ରୁ ଆରମ୍ଭ ହେବ।

   Related Posts