ରୋହିତ୍ ଦିନିକିଆ ଓ ଟି୨୦ରେ କୋହଲିଙ୍କଠାରୁ ଅଧିକ ସଫଳ, କିନ୍ତୁ ରନ୍ କରିବାରେ ବିରାଟ ଆଗରେ

Published By : Prameya-News7 Bureau | May 05, 2020 IST

ନୂଆଦିଲ୍ଲୀ, ୦୫|୦୫ :  ଦିନିକିଆ ଓ ଟି୨୦ କ୍ରିକେଟରେ ବିରାଟ କୋହଲିଙ୍କ ଅପେକ୍ଷା ରୋହିତ ଶର୍ମା ସଫଳ ଓ ଅଧିକ ପ୍ରଭାବଶାଳୀ । କିନ୍ତୁ ରନ୍ କରିବାରେ ବିରାଟ ଆଗରେ ରହିବେ ବୋଲି କହିଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର । ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଗମ୍ଭୀର ଏହା କହିଛନ୍ତି । 

{"id":265108,"width":691,"height":424,"sizeSlug":"large"}

ଗମ୍ଭୀର କହିଛନ୍ତି ଯେ, ରୋହିତ ଟି୨୦ ଓ ଦିନିକିଆ ଫର୍ମାଟେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ । ସେ ଦିନିକିଆରେ ତିନୋଟି ଦ୍ୱିଶତକ ଲଗାଇବା ସହ ବିଶ୍ୱକପରେ ୫ଟି ଶତକୀୟ ଇନିଂସ ଖେଳୁଛନ୍ତି । କିନ୍ତୁ ସେ ସର୍ବକାଳୀନ ମହାନ ବ୍ୟାଟସମ୍ୟାନ ନୁହେଁ । ତେବେ ବିରାଟ ଓ ରୋହିତଙ୍କ ମଧ୍ୟରେ ତୁଳନା କରିବା ଅନୁଚିତ । ବିରାଟ ମଧ୍ୟ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ । ତାଙ୍କ ରେକର୍ଡ ହିଁ ଏହା ପ୍ରମାଣିତ କରୁଛି । ଯଦି କେହି ଖେଳାଳି ଲଗାତାର ଭଲ ପ୍ରଦର୍ଶନ କରନ୍ତି ତେବେ ଲୋକଙ୍କ ଆଶା ବଢିଯାଏ । ରୋହିତ ଶେଷ ମ୍ୟାଚରେ ଶତକ ଲଗାଇଲେ ଆସନ୍ତା ମ୍ୟାଚରେ ସେ ୨୦୦ ଲଗାନ୍ତୁ ବୋଲି ଦର୍ଶକ ଆଶା ରଖିଥାନ୍ତି । କିନ୍ତୁ ଆଉଟ ହେବା ପରେ ଲୋକମାନେ ଦ୍ୱିଶତକରୁ ଖେଳାଳି ବଞ୍ଚିତ ହେଲେ ବୋଲି କୁହନ୍ତି ।

ରୋହିତ ଏବେସୁଦ୍ଧା ୨୨୪ଟି ଦିନିକିଆ ଖେଳି ୪୯.୨୭ ଆଭରେଜରେ ୯୧୧୫ ରନ କରିଛନ୍ତି । ସେ ୨୯ଟି ଶତକ ଓ ୪୩ଟି ଅର୍ଧଶତକ ଲଗାଇଛନ୍ତି । ଟି୨୦ରେ ମଧ୍ୟ ସେ ୧୦୮ଟି ମ୍ୟାଚରେ ୧୩୮.୭୮ ଷ୍ଟ୍ରାଇକ୍ ରେଟରେ ୨୨୭୩ ରନ କରିଛନ୍ତି । ସେହିପରି ବିରାଟ ମଧ୍ୟ ୩୪୮ଟି ଦିନିକିଆ ଖେଳି ୫୯.୩୩ ଆଭରେଜରେ ୧୧୮୬୭ ରନ କରିଛନ୍ତି । ଏଥିରେ ୪୩ଟି ଶତକ ଓ ୫୮ଟି ଅର୍ଥଶତକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.