Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

‘ରୋହିତ ଶର୍ମାଙ୍କ ସାମ୍ନାରେ ମୁଁ କିଛି ନୁହଁ, ତାଙ୍କ ସହ ମୋତେ ତୁଳନା କରନାହିଁ’

10/10/2020 at 10:01 PM

କରାଚି ୧୦/୧୦: ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ୍ ହାଇଦର ଅଲୀ ଭାରତୀୟ ଟିମ୍‌ ଓପନର୍‌ ରୋହିତ ଶର୍ମାଙ୍କର ଜଣେ ବଡ଼ ପ୍ରଶଂସକ। ରୋହିତ ଶର୍ମାଙ୍କୁ ନେଇ ଅଲୀ ଦେଇଥିବା ବୟାନ ଏବେ ଖେଳପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ହାଇଦର ଅଲୀଙ୍କ ମତରେ ରୋହିତ ଶର୍ମା ଜଣେ ବହୁତ ବଡ଼ ଷ୍ଟାର ପ୍ଲେୟର । ରୋହିତ ଶର୍ମାଙ୍କ ବ୍ୟାଟିଂ ଶୈଳୀକୁ ଅନୁକରଣ କରନ୍ତି ଅଲୀ । କିନ୍ତୁ କେହି କେବେ ତାଙ୍କୁ ରୋହିତ ଶର୍ମାଙ୍କ ସହ ତୁଳନା କଲେ ତାଙ୍କୁ ଅସହଜ ଲାଗେ ବୋଲି କହିଛନ୍ତି ପାକିସ୍ତାନୀ କ୍ରିକେଟର ହାଇଦର ଅଲୀ।

ଇଂଲଣ୍ଡ ଗସ୍ତରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ହାଇଦର ଅର୍ଦ୍ଧଶତକ କରିବାରେ ସଫଳ ହୋଇଛନ୍ତି। ହାଇଦରଙ୍କୁ ବେଶ ପ୍ରଶଂସା କରାଯାଉଥିବା ବେଳେ ସେ କିନ୍ତୁ ରୋହିତଙ୍କୁ ଫଲୋ କରୁଛନ୍ତି ବୋଲି କହିଛନ୍ତି। ରୋହିତ ଶର୍ମାଙ୍କ ତୁଳନା ଆଉ କାହା ସହ କରିବା ଭୁଲ ବୋଲି ସେ କହିଛନ୍ତି।

ଶୀର୍ଷ ବ୍ୟାଟ୍ସମ୍ୟାନ୍ ହେବାକୁ ତାଙ୍କୁ ଲମ୍ବା ରାସ୍ତା ଯିବାକୁ ପଡ଼ିବ। ରୋହିତ ଜଣେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍‌ ଓ ତାଙ୍କ ସହ ମୋତେ କେହି ତୁଳନା କଲେ ମୋତେ ଅସହଜ ଲାଗେ ବୋଲି ହାଇଦର କହିଛନ୍ତି। ରୋହିତଙ୍କ ସହ କାହାର ତୁଳନା ନାହିଁ। ବହୁ ଭଲ ବ୍ୟାଟ୍ସମ୍ୟନଙ୍କୁ ଦେଖି ଖେଳ ଶିଖୁଛି। ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ଭଲ ଲାଗେ ବୋଲି କହିଛନ୍ତି ୨୦ ବର୍ଷୀୟ ପାକ୍‌ ଖେଳାଳି ହାଇଦର ଅଲୀ।

   Related Posts