ଅଭ୍ୟାସ ବେଳେ ରୋହିତ ଲଗାଇଲେ ବିଶାଳ ଛକା: ଷ୍ଟାଡିୟମ୍ ପାର କରି ଚଳନ୍ତା ବସ୍‌ରେ ପଡ଼ିଲା ବଲ୍, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯/୦୯:  ସେପ୍ଟେମ୍ବର ୧୯ରେ ୟୁଏଇରେ ଆରମ୍ଭ ହେବ ଆଇପିଏଲ୍‌ ମହା ମୁକାବିଲା । ଉଦଘାଟନୀ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଓ ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ) । ସବୁ ଟିମ୍‌ର ସମସ୍ତ ଖେଳାଳି ୟୁଏଇ ପହଞ୍ଚିସାରିଥିବା ବେଳେ ଅଭ୍ୟାସ ଜାରି ରଖିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ୍‌ ରୋହିତ ଶର୍ମା ଅଧିକ ସମୟ ଏବେ ଅଭ୍ୟାସ କରିବାରେ ବିତାଉଥିବା ଦେଖିବାକୁ ମିଳିଛି । ଆକ୍ସନ ମୁଡ୍‌ରେ ଅଛନ୍ତି ରୋହିତ । ଏମିତି ଲାଗୁଛି ଯେମିତି ପଞ୍ଚମ ଥର ପାଇଁ ଆଇପିଏଲ୍‌ ଟାଇଟଲ୍‌ ଜିଣିବ ଏମଆଇ ।

ଅଭ୍ୟାସ୍ ବେଳେ ଛକା ମାରି ଷ୍ଟାଡିୟମ୍‌ ପାର କଲେ ରୋହିତ । ବଲ୍‌ ସିଧା ଯାଇ ଏକ ଚଳନ୍ତା ବସ୍‌ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଏମିତି ଏକ ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେୟାର କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ସେୟାର କରିଥିବା ଏହି ଭିଡିଓରେ ରୋହିତ ଏକ ବିଶାଳ  ଛକା ମାରୁଥିବା ଦେଖିବାକୁ ମିଳିଛି ।

wp:core-embed/twitter {"url":"https://twitter.com/mipaltan/status/1303631583295885312","type":"rich","providerNameSlug":"twitter","className":""}
https://twitter.com/mipaltan/status/1303631583295885312
/wp:core-embed/twitter

ନେଟ୍‌ରେ ପ୍ରାକ୍ଟିସ୍‌ କରୁଥିବା ସମୟରେ ରୋହିତ ଜଣେ ସ୍ପିନର୍‌ଙ୍କୁ ଭେଟିଥିଲେ । ସ୍ପିନର ବୋଲିଂ କରିଥିବା ବଲ୍‌କୁ ସିଧା ଷ୍ଟାଡିୟମ୍ ପାର୍ କରି ରାସ୍ତା ଉପରେ ପକାଇଥିଲେ ରୋହିତ । ତେବେ ବଲ୍‌ଟି ୯୫ ମିଟର ଦୂରରେ ପଡ଼ିଥିବା ଜଣାପଡ଼ିଛି ।

ନିକଟରେ ରୋହିତ ଶର୍ମାଙ୍କୁ ସର୍ବୋଚ୍ଚ ଖେଳ ସମ୍ମାନ ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚତୁର୍ଥ ଭାରତୀୟ କ୍ରିକେଟର ଭାବେ ଏହି ସମ୍ମାନ ହାସଲ କରିଥିଲେ ରୋହିତ । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ଏମଏସ୍ ଧୋନି ଓ ବିରାଟ କୋହଲି ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ ସମ୍ମାନରେ ସମ୍ମାନିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.