Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଶ୍ବକପରେ ସବୁଠୁ ଅଧିକ ରନ କରି ମଧ୍ୟ ରୋହିତ ଶର୍ମାଙ୍କୁ ମ୍ୟାନ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ମିଳିଲାନି, କେନ୍ ଓ୍ବିଲିୟମସନଙ୍କୁ କାହିଁକି ମିଳିଲା ଆୱାର୍ଡ ଜାଣନ୍ତୁ…

17/07/2019 at 12:49 PM

ନୂଆଦିଲ୍ଳୀ୧୭|୭:  ଚଳିତ ବିଶ୍ବକପ ଫାଇନାଲ ମ୍ୟାଚ କ୍ରିକେଟ ଜଗତରେ ଇତିହାସ ରଚିଲା। ଶେଷ ପର୍ଯ୍ୟନ୍ତ ଉଭୟ  ଟିମ ପଡ଼ିଆ ଭିତରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ନିର୍ଦ୍ଧାରିତ ୫୦ ଓଭର ମଧ୍ୟରେ ଉଭୟ ଟିମ ୨୪୧ ରନ ସଂଗ୍ରହ କରିଥିଲେ। ଆଇସିସି ନିୟମନୁଯାୟୀ ସୁପର ଓଭର ମ୍ୟାଚ ଖଳା ଯାଇଥିଲା। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଉଭୟ ଟିମ ଏହି ସୁପର ଓଭର ମ୍ୟାଚରେ ମଧ୍ୟ ବରାବର୍ ରନ ସଂଗ୍ରହ କରିଥିଲେ।

 ବାଉଣ୍ଡ୍ରି ନିୟମ ଆଧାରରେ ଆଇସିସି ଇଂଲଣ୍ଡ ଟିମକୁ ବିଶ୍ବକପ ବିଜେତା ଘୋଷଣା କରିଥିଲା। ବିଶ୍ବକପ ଟୁର୍ଣ୍ଣାମେଣ୍ଟର​‌ କେନ୍ ଓ୍ବିଲିୟମସନଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଲା। ରୋହିତ ଶର୍ମା , ମିଚେଲ ସ୍ଟାର୍କ ଓ ଶକିବ ଅଲ ହସନ ଭଳି ଖେଳାଳୀ ଏହି ରେସ୍ ରେ ରହିଥିବା ବେଳେ କେନ୍ ଓ୍ବିଲିୟମସନଙ୍କୁ କାହିଁକି ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଗଲା ଜାଣନ୍ତୁ।

ନ୍ୟୁଜିଲାଣ୍ଡ ଟିମର ଓ୍ବିଲିୟମସନ ଏମିତି ଜଣେ ଖେଳାଳୀ  ଯିଏ ଟିମ ପାଇଁ ଶତକୀୟ ଇନିଂସ  ଖେଳିଛନ୍ତି।ଏହା ସହ ବିଶ୍ବକପ ଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ନିଜ ଟିମକୁ ନେବାର​‌ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ବିଶ୍ବକପରେ ୯ ଟି ମ୍ୟାଚ ଖେଳି ଓ୍ବିଲିୟମସନ ୫୭୮ ରନ ସଂଗ୍ର୍ରହ କରିଥିଲେ।ଯେଉଁଥିରେ ଦୁଇଟି ଶତକ  ଓ ୨ ଟି ଅର୍ଦ୍ଧଶତକ ସାମିଲ ଅଛି।

 ୨୦୧୯ ବିଶ୍ବକପରେ ରୋହିତ ଶର୍ମା ସବୁଠୁ ଅଧିକ ୬୪୮ ରନ , ଶକିବ ୬୦୬ ରନ  ଓ ଓ୍ବାର୍ନର ୫୪୭ ରନ କରିଥିଲେ।ଏହି ସତ୍ତ୍ବେ ଓ୍ବଲିୟମସନଙ୍କ ଦୃଢ଼ ନେତତ୍ବ ପାଇଁ ତାଙ୍କୁ  ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଆଇସିସି ଘୋଷଣା କରିଥିଲା।

   Related Posts