ୱେଷ୍ଟଇଣ୍ଡିଜ ଗସ୍ତର କୌଣସି ଫର୍ମାଟରେ ରୋହିତଙ୍କୁ କରାଗଲା ନାହିଁ କ୍ୟାପଟେନ: ଏବେ ଏମିତି ପ୍ରତିକ୍ରିୟା ରଖିଲେ ରୋହିତ

Published By : Prameya-News7 Bureau | July 22, 2019 IST

ନୂଆଦିଲ୍ଲୀ୨୨|୭: କୋହଲି କ୍ରିକେଟର ସବୁ ଫର୍ମାଟର କ୍ୟାପଟେନ ରହିବେ ବୋଲି ସ୍ପଷ୍ଟ ହେବା ପରେ ରୋହିତ ଶର୍ମାଙ୍କ ପ୍ରତିକ୍ରିୟା ଆସିଛି । ରୋହିତ ଶର୍ମା ଦିନିକିଆ ଦଳର କ୍ୟାପଟେନ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା । ତେବେ କୋହଲିଙ୍କୁ ଉପରେ ବିସିସିଆଇ ଭରସା କରିଛି । ସେ ସବୁ ଫର୍ମାଟର କ୍ୟାପଟେନ ରହିବେ ବୋଲି ବିସିସିଆଇ ନିଷ୍ପତ୍ତି ନେବାପରେ ରୋହିତ ଶର୍ମା ନିଜ ମନ କଥା ପ୍ରକାଶ କରିଛନ୍ତି ।

ଗତକାଲି ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଚୟନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧିନାୟକ ବିରାଟ କୋହଲି, ଏମଏସକେ ପ୍ରସାଦ, ଚୟନ କମିଟିର କାର୍ଯ୍ୟକର୍ତ୍ତା ଓ ବିସିସିଆଇର ଅନ୍ୟ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ। ସୂଚନାନୁଯାୟୀ, ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦୁଇମାସ ପର୍ଯ୍ୟନ୍ତ କୌଣସି ମ୍ୟାଚ ଖେଳିବେ ନାହିଁ ବୋଲି ବିସିସିଆଇକୁ କହିସାରିଥିଲେ। ଏହି ଦୁଇମାସ ସେ ସେନା ବାହିନୀରେ ସମୟ ବିତାଇବେ। ତେଣୁ ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ତାଙ୍କ ସ୍ଥାନରେ ୱିକେଟ କିପରଭାବେ ଋଷଭ ପନ୍ଥଙ୍କୁ ସୁଯୋଗ ମିଲିଛି । ଦଳରେ ଦୁଇଜଣ ନୂଆ ମୁହଁଙ୍କୁ ସ୍ଥାନ ମିଳିଛି ।

ସୂଚନାଯୋଗ୍ୟ ଯେ,  ଓ୍ବେଷ୍ଟଇଣ୍ଡିଜ ଗସ୍ତ ବେଳେ ଟିମ ଇଣ୍ଡିଆ ୩ଟି ଟି-୨୦ , ୩ ଟି ଏକଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ। ବିଶ୍ବକପରେ ଶିଖର ଧାଓ୍ବନ ଆଘାତ ପାଇଥିବାରୁ ମାତ୍ର ୨ଟି ମ୍ୟାଚ ପରେ ବାକି ମ୍ୟାଚ ଖେଳି ପାରି ନଥିଲେ। ଶିଖର ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥଥିବାରୁ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବା ସୁନିଶ୍ଚିତ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଗତକାଲି ଖେଳାଳି ଚୟନ ସରିବା ପରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ବେଳେ ବିରାଟ କୋହଲିଙ୍କ ନେତୃତ୍ବକୁ ନେଇ ମୁହଁ ଖୋଲିଛନ୍ତି ରୋହିତ ଶର୍ମା । ସେ କହିଛନ୍ତି ଯେ, ସେ କେବେ ବି ଅଧିନାୟକ ହେବା ପାଇଁ ଲୋଭ କରିନଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ମ୍ୟାଚରେ ବିରାଟ ଖେଳୁଥିବାରୁ ସେ ଅଧିନାୟକ ହେବାର କୌଣସି ସୁଯୋଗ ନାହିଁ। ତେବେ ଅଧିନାୟକ ଭାର ସମ୍ଭାଳିବା ପାଇଁ  ତାଙ୍କୁ ପଚରାଯାଇଥିଲା। କିନ୍ତୁ ସେ କହିଥିଲେ ଯେ,  ଟିମର ଯେକୌଣସି ଦାୟିତ୍ବ ଦିଆଯିବ ତାକୁ ନେବା ପାଇଁ  ସେ ପ୍ରସ୍ତୁତ ।

ଆଗାମୀ ମ୍ୟାଚରେ ରୋହିତ ଶର୍ମା ଅଧିନାୟକ ହେବେ ହେବେ ବୋଲି ଜୋର ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ବିରାଟଙ୍କୁ ଅଧିନାୟକତତ୍ବ କରିବେ ବୋଲି ଚୟନ କମିଟି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ସିରିଜ୍ ମ୍ୟାଚ ପାଇଁ ମଧ୍ୟ ଅଧିନାୟକ ଚୟନ ପ୍ରକ୍ରିୟା ମଧ୍ୟ ସରିଛି। ସେହିଭଳି ଦିନିକିଆ ଓ ଟି-୨୦ରେ ରୋହିତ ଶର୍ମା ଉପ-ଅଧିନାୟକ ରହିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ଅଜିଙ୍କ୍ୟ ରାହଣେ ଷ୍ଟେଷ୍ଟ ସିରିଜର ଉପ-ଅଧିନାୟକ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.