Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ବିରାଟଙ୍କ ଏହି ନିଷ୍ପତ୍ତି ପାଇଁ ବଡ଼ ଅଡ଼ୁଆରେ ପଡ଼ିଲେ ରୋହିତ ଶର୍ମା..

20/07/2019 at 1:08 PM

ନୂଆଦିଲ୍ଲୀ୨୦|୭:  ୨୦୧୯ ବିଶ୍ବକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ଟିମ ଇଣ୍ଡିଆ ହାରିବା ପରେ ବିସିସିଆଇ ଟିମରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିଲା। ଏପଟେ ରବି ଶାସ୍ତ୍ରୀ  ହିଁ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ବୋଲି ବେଶ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା। ଅନ୍ୟପଟେ ବିସିସିଆଇ ମୁଖ୍ୟ କୋଚ ପାଇଁ ଆବେଦନ ଆହ୍ବାନ କରି ସାରିଛି। ସୂଚନାନୁଯାୟୀ, ବିସିସିଆଇ ଭାରତୀୟ ଟିମର ଅଧିନାୟକ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଥିଲା, କିନ୍ତୁ ଆପାତତଃ ବିରାଟ ହିଁ କପ୍ତାନରହିବେ ବୋଲି ସ୍ପଷ୍ଟ ହୋଇସାରିଛି ।

ସୂଚନାନୁଯାୟୀ, ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ବ ଭାର ଏବଂ ଏକଦିବସୀୟ ଓ ଟି-୨୦ ମ୍ୟାଚରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ଭାର ଦିଆଯାଇପା​ରେ ବୋଲି କୁହାଯାଉଥିଲା । ହେଲେ ଏବେ ସବୁ ଓଲଟପାଲଟ ହୋଇଯାଛି । ରୋହିତ କ୍ୟାପଟେନ ହେବା ଆଶା ମଉଳି ଯାଇଛି ।ଭାରତୀୟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଗୋଟିଏ ନିଷ୍ପତ୍ତି ରୋହିତଙ୍କ ଆଶାକୁ ଧୋଇ ଦେଇଛି ।

ବିରାଟ ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ ବୋଲି ବିସିସିଆଇ ପାଖରେ ଆବେଦନ କରିଥିଲେ। କୋହିଲିଙ୍କ ଆବେଦନକୁ ବିସିସିଆଇ ଗ୍ରହଣ କରିବା ସହିତ ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ଭାର ଦିଆଯିବ ବୋଲି ପ୍ରାୟ ନିଷ୍ପତ୍ତି ନିଆଯାଇଥିଲା। ହେଲେ ହାତରୁ ଅଧିନାୟକ ପଦ ଚାଲିଯିବା ଭୟରେ ବିରାଟ ନିଜର ମତ ପରିବର୍ତ୍ତନ କରି ଓ୍ବିଷ୍ଟଇଣ୍ଡିଜ ଗସ୍ତ ଯିବାକୁ ସ୍ବୀକୃତି ଦେଇଥିଲେ । ବିରାଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ରୋହିତ ନିରାଶ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

   Related Posts