Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପିଚ୍‌କୁ ନେଇ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ରୋହିତଙ୍କ ଦୃଢ ଜବାବ, କହିଲେ…

21/02/2021 at 10:38 PM

ଅହମ୍ମଦାବାଦ ୨୧।୦୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଫେବୃଆରୀ ୨୪ରେ ଅହମ୍ମଦାବାର ମୋଟେରା ଷ୍ଟାଡିୟମରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ୩୧୭ ରନରେ ପରାଜିତ କରିଥିଲା। ଇଂଲଣ୍ଡ ଦଳର ଏହି ପରାଜୟ ପରେ ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ପିଚକୁ ନେଇ ବହୁତ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଏହି ପିଚ୍‌ ପାଞ୍ଚ ଦିନର ଟେଷ୍ଟ ମ୍ୟାଚ୍‌ ପାଇଁ ଯୋଗ୍ୟ ନୁହେଁ। ଏହା ମଧ୍ୟରେ ଚେନ୍ନାଇର ସେହି ମଇଦାନରେ ୧୬୧ ରନର ଇନିଂସ ଖେଳିଥିବା ରୋହିତ ଶର୍ମା ଚେପକ ପିଚ୍‌ର ସମର୍ଥନରେ କହିଛନ୍ତି ଯେ, ଘରୋଇ ଦଳକୁ ପରିସ୍ଥିତିର ଫାଇଦା ଉଠାଇବାର ଅଧିକାର ରହିଛି।

ଭର୍ଚୁଆଲ ପ୍ରେସ୍ କନଫରେନ୍ସରେ ଆଲୋଚନା  ବେଳେ ରୋହିତ କହିଛନ୍ତି, ଦୁଇ ଦଳ ପାଇଁ ପିଚ୍ ସମାନ ଥିଲା। ଏଥିପାଇଁ ମୁଁ ବୁଝି ପାରୁନି ଯେ, ଏହି ବିଷୟକୁ ବାରମ୍ବାର କାହିଁକି ଉଠାଯାଉଛି। ଲୋକେ କହୁଛନ୍ତି ପିଚ୍ ଏମିତି ହେବା ଉଚିତ୍, ସେମିତି ହେବା ଉଚିତ୍। କିନ୍ତୁ ଦୀର୍ଘ ବର୍ଷ ଧରି ତ ଭାରତୀୟ ପିଚ୍‌ ଏମିତି ପ୍ରସ୍ତୁତ  ହେଉଛି। ମୋତେ ଲାଗୁନାହିଁ ଯେ ଏଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ରହିଛି। ପ୍ରତି ଦଳ ନିଜ ଘରୋଇ ପରିବେଶର ଫାଇଦା ଉଠାଇଥାନ୍ତି।

ରୋହିତ କହିଛନ୍ତି ଯେବେ ଆମେ ବିଦେଶରେ ଖେଳିବାକୁ  ଯାଉ, ସେମାନେ ତ ଆମ ବିଷୟରେ ଚିନ୍ତା କରନ୍ତି ନାହିଁ, ଏଥିପାଇଁ ଆମକୁ ଅନ୍ୟ କାହା ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ। ଆମକୁ ନିଜ ଦଳର ପସନ୍ଦ ମୁତାବକ ପିଚ୍ ପ୍ରସ୍ତୁତ କରିବା ଉଚିତ୍। ଘରୋଇ ଫାଇଦା ଓ ବିଦେଶ ମାଟିର ଅର୍ଥ ଏହା ହିଁ ହୋଇଥାଏ। ନଚେତ୍ ଆଇସିସିକୁ କୁହାଯାଉ ଏମିତି ନିୟମ କରାଯାଉ ଯେମିତି ପ୍ରତିଟି ଜାଗାରେ ପିଚ୍ ସମାନ ରହିବ।

ରୋହିତ ବିଦେଶ ଗସ୍ତ ଉଲ୍ଲେଖ କରି କହିଛନ୍ତି, ଆମେ ଯେବେ ବିଦେଶ ମାଟିରେ ଖେଳୁ, ତେବେ ଆମର ପ୍ରତିଦ୍ଵନ୍ଦୀ ମଧ୍ୟ ଆମ ପାଇଁ ମୁସ୍କିଲ ପିଚ୍ ପ୍ରସ୍ତୁତ କରନ୍ତି। ଏଥିପାଇଁ ମୋତେ ଲାଗୁନାହିଁ ଯେ ଆମେ ପିଚ୍ ବିଷୟରେ ଏତେ ଆଲୋଚନା କରିବା ଉଚିତ୍। ଆମକୁ ଖେଳ ଏବଂ ଖେଳାଳିଙ୍କ ବିଷୟରେ ଚିନ୍ତା କରିବା ଉଚିତ୍।

   Related Posts