Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ରୋହିତ ଶର୍ମାଙ୍କ ସମ୍ପର୍କରେ ବଡ ଖୁଲାସା ତାଙ୍କ କଲେ ପୂର୍ବତନ ପ୍ରେମିକା

25/06/2019 at 12:59 PM

ଭାରତୀୟ କ୍ରିକେଟ ଟିମର ଓପନିଙ୍ଗ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଇଂଲଣ୍ଡରେ ବିଶ୍ୱକପ ଖେଳୁଛନ୍ତି । ଇତିମଧ୍ୟରେ ତାଙ୍କର ପୁର୍ବତନ ପ୍ରେମିକା ସୋଫିଆ ହୟାନ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ରୋହିତଙ୍କ ସ୍ୱଭାବ ସମ୍ପୂର୍ଣ ଭିନ୍ନ । ସେ କ୍ରିକେଟ ପଡିଆରେ ଯେମିତି ବ୍ୟକ୍ତିଗତ ଜୀବନରେ ସେମିତି ନୁହନ୍ତି ।  ସୋଫିଆ ହୟାନ ଜଣେ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ।

ଜାଣନ୍ତୁ କଣ ପୁରା ଘଟଣା । ରୋହିତଙ୍କ ଜଣେ ପ୍ରଶଂସକ ଟ୍ୱିଟରରେ ରୋହିତଙ୍କ ଆଚିଭମେଣ୍ଟକୁ ନେଇ ପ୍ରଶ୍ନ କରିଥିଲେ ଯେ, ସେ ସୋଫିଆ ହୟାନଙ୍କୁ କାହିଁକି ଡେଟ୍ କରିଥିଲେ । ପ୍ରଶଂସକ ଲେଖିଥିଲେ, ଫୋର୍ବ୍ସ ମାଗାଜିନ ଅନୁସାରେ ରୋହିତ ଶର୍ମା ଭାରତର ଦ୍ୱିତୀୟ ସବୁଠାରୁ ଧନୀ ସେଲେବ୍ରୀଟି ଏବଂ ସ୍ପୋର୍ଟ୍ସ ୱେବସାଇଟ୍ ଇଏସପିଏନ୍ ଅନୁଯାୟୀ ସପ୍ତମ ସବୁଠାରୁ ଲୋକପ୍ରିୟ ଆଥଲେଟ୍ । ତଥାପି ଯଦି ରୋହିତ ସୋଫିଆ ହୟାନଙ୍କୁ ଡେଟ୍ କରିବେ ତାହେଲେ କଣ କରାଯିବ ।

ସୋଫିଆ ଏହି ଟ୍ୱିଟ ପଢି ରାଗି ପଚି ଲାଲ ହୋଇଗଲେ । ଏହା ଜବାବରେ ସେ କହିଥିଲେ ରୋହିତ କ୍ରିକେଟ ପଡିଆରେ ଯେମିତି ପଡିଆ ବାହାରେ ତାଙ୍କର ବ୍ୟକ୍ତିଗତ ଜୀବନର କାହାଣୀ ସମ୍ପୂର୍ଣ ଭିନ୍ନ । ସେ ଆହୁରି କହିଥିଲେ ଯେ ବ୍ୟକ୍ତିତ୍ୱ ମହତ୍ଵପୁର୍ଣ, ସେ କଣ ହାସଲ କରିଛନ୍ତି ତାହା ମହତ୍ଵପୁର୍ଣ ନୁହେଁ । ବ୍ୟକ୍ତି ପାଖରେ କଣ ଅଛି ତାଉପରେ ସେ କେବେ ଗୁରୁତ୍ୱ ଦେଇନାହାନ୍ତି ବୋଲି କହିଛନ୍ତି । ତାଙ୍କର ସମସ୍ତ ଉପଲବ୍ଧି ପଡିଆ ଭିତରେ, ପଡିଆ ବାହାରେ ନୁହେଁ ।

ରୋହିତ ଶର୍ମାଙ୍କ ବିବାହ ଋତିକା ସଜଦେହଙ୍କ ସହିତ ହୋଇଛି । ଉଭୟଙ୍କର ଗୋଟିଏ ଝିଅ ଅଛି । ତାଙ୍କ ପତ୍ନୀ ମଧ୍ୟ ଏବେ ଇଂଲଣ୍ଡରେ ଅଛନ୍ତି । ଚଳିତ ବିଶ୍ୱକପରେ ସେ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ କରିଛନ୍ତି ।  

   Related Posts