Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫଟାଫଟ କ୍ରିକେଟରେ ହିଟ୍ ମ୍ୟାନ୍‌ ରୋହିତଙ୍କ କୀର୍ତିମାନ: ସର୍ବାଧିକ ରନ, ୧୦୦ ଛକା କ୍ଲବରେ ସାମିଲ

ହିଟ୍ ମ୍ୟାନ ଆଉ ଗୋଟିଏ ରେକର୍ଡ ବ୍ରେକିଂ ଇନିଂସ। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଅର୍ଦ୍ଧଶତକ ହାସଲ ସହ ଟି ଟ୍ବେଣ୍ଟି ଫର୍ମାଟରେ ବନିଛନ୍ତି ବିଶ୍ବର ସର୍ବାଧିକ ରନ ସଂଗ୍ରହକାରୀ। ଏଥିସହିତ ଆଜିର ମ୍ୟାଚରେ ୪ଟି ଛକ୍କା ମାରି ତୃତୀୟ ଅନ୍ତର୍ଜାତୀୟ ଖେଳାଳିଭାବେ ୧୦୦ଟି ଛକ୍କାର ମାରିଥିବା ଏଲିଟ କ୍ଲବରେ କ୍ରିସ ଗେଲ ଓ ଗପଟିଲଙ୍କ ସହିତ ସାମିଲ ହୋଇଛନ୍ତି ରୋହିତ।

ଫଟାଫଟ କ୍ରିକେଟରେ ହିଟ୍ ମ୍ୟାନ ରୋହିତଙ୍କ ଆଉ କୀର୍ତିମାନ। ଟିଟ୍ବେଣ୍ଟି ଫର୍ମାଟରେ ବନିଛନ୍ତି ବିଶ୍ବର ସର୍ବାଧିକ ରନ ସଂଗ୍ରହକାରୀ। ନ୍ୟୁଜିଲାଣ୍ଡର ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ମାର୍ଟିନ ଗପଟିଲଙ୍କୁ ପଛରେ ପକାଇ କ୍ୟାରିୟରେ ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟିଟ୍ବେଣ୍ଟି ସିରିଜର ଦ୍ବିତୀୟ ମୁକାବିଲାରେ ରୋହିତ ହାସଲ କରିଛନ୍ତି ଏହି ସଫଳତା। ରୋହିତ ଶର୍ମା ୯୨ଟି ମ୍ୟାଚରୁ ୩୨.୬୮ରନ ହାରରେ ୪ଟି ଶତକ,୧୬ଟି ଅର୍ଦ୍ଧଶତକ ସହ ମୋଟ ୨୨୮୮ରନ କରିଛନ୍ତି।

 ଆଜିର ମ୍ୟାଚ ପୂର୍ବରୁ ଗପଟିଲଙ୍କୁ ଶୀର୍ଷ ସ୍ଥାନରେ ହଟାଇବା ପାଇଁ ରୋହିତ ଆବଶ୍ୟକ କରୁଥିଲେ ୩୫ ରନ। ଭାରତର ଇନିଂସରେ ରୋହିତ ନ୍ୟୁଜିଲାଣ୍ଡର ସ୍ପିନର ସୋଢିଙ୍କୁ ଛକ୍କା ମାରି  ରୋହିତ ରଚିଥିଲେ ଇତିହାସ। ଫଟାଫଟ ଫର୍ମାଟରେ ୨୨୭୨ ରନ ସହ ଦ୍ବିତୀୟରେ ଗପଟିଲ, ୨୨୬୩ ରନ ସହ ତୃତୀୟରେ ରହିଛନ୍ତି ପାକିସ୍ତାନୀ କ୍ରିକେଟର ସୋଏବ ମାଲିକ୍। ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ଚେଜମାଷ୍ଟର ରନମେସିନ ବିରାଟ କୋହଲି।

ହିଟ୍ ମ୍ୟାନ ରୋହିତ ଆଜିର ମ୍ୟାଚରେ ୪ଟି ଛକ୍କା ମାରି ଟି ଟ୍ବେଣ୍ଟି ଫର୍ମାଟରେ ତୃତୀୟ ଅନ୍ତର୍ଜାତୀୟ ଖେଳାଳିଭାବେ ୧୦୦ଟି ଛକ୍କା ମାରିଥିବା ଏଲିଟ କ୍ଲବରେ ସାମିଲ ହୋଇଛନ୍ତି । ଟି ଟ୍ବେଣ୍ଟି ଫର୍ମାଟରେ ୱେଷ୍ଟଇଣ୍ଡିଜର କ୍ରିସ ଗେଲ ଓ ନ୍ୟୁଜିଲାଣ୍ଡର ମାର୍ଟିଲ ଗପଟିଲ ସମାନ ସଂଖ୍ୟକ ୧୦୩ଟି ଛକ୍କା ମାରିଥିବାବେଳେ ରୋହିତ ୧୦୨ଟି ଛକ୍କା ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପିର ଟିଟ୍ବେଣ୍ଟିରେ ସର୍ବାଧିକ ଚୌକା ମାରିବାରେ ରେକର୍ଡ ମଧ୍ୟ ରୋହିତ ନିଜ ନାଁରେ କରିଛନ୍ତି। ରୋହିତ ସର୍ବାଧିକ ୨୦୪ଟି ଚୌକା ମାରିଛନ୍ତି।

136 Views

   ସମ୍ବନ୍ଧିତ ଖବର