Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||

ରୋହିତ ଶର୍ମା ଫିଟ୍ : ଏବେ ଅଷ୍ଟ୍ରେଲିଆ ଯିବା ବାଟ ଫିଟିଲା, କେବଳ ଖେଳିବେ ଶେଷ ଦୁଇ ଟେଷ୍ଟ

11/12/2020 at 3:12 PM

ମୁମ୍ବାଇ ୧୧।୧୨: ଶେଷରେ ଉତ୍କଣ୍ଠିତ ଖବରଟି ଆସିଲା । ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଫିଟନେସ ପରୀକ୍ଷାରେ ପାସ୍ । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଫିଟ୍ ହୋଇଥିବାରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏବଂ ଭାରତୀୟ ପ୍ରଶଂସକଙ୍କ ଲାଗି ଏହା ଆଶ୍ବସ୍ତି ଏବଂ ଖୁସିର ଖବର । ଏବେ ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିସିସିଆଇର ନିର୍ଦ୍ଦେଶକୁ ଅପେକ୍ଷା ।

ଶୁକ୍ରବାର ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅନୁଷ୍ଠିତ ଫିଟନେସ୍ ପରୀକ୍ଷାରେ ଆଇପିଏଲ୍ ଚାମ୍ପିୟନ ମୁମ୍ବାଇ ଟିମ୍ ଅଧିନାୟକ ତଥା ଭାରତୀୟ ଓପନର ରୋହିତ ଶର୍ମା ସଫଳ ହୋଇଥିବା ସୂଚନା ମିଳିଛି । ବିସିସିଆଇର ଜଣେ କର୍ମକର୍ତ୍ତା ନାମ ଗୋପନ ରଖିବା ସର୍ତ୍ତରେ ନ୍ୟୁଜ୍ ଏଜେନ୍ସୀକୁ ଏହି ସୂଚନା ଦେବା ସହ ରୋହିତ ଖୁବ୍ ଶୀଘ୍ର ଅଷ୍ଟ୍ରେଲିଆ ଯିବେ ବୋଲି କହିଥିବା ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରୁ ପ୍ରକାଶ ।

ଆଇପିଏଲ୍ ମ୍ୟାଚ୍‌ ବେଳେ ଆହତ ହୋଇଥିଲେ ରୋହିତ ଶର୍ମା । ଫଳରେ ସେ ଅଷ୍ଟ୍ରେଲିଆ  ଗସ୍ତରୁ ବାଦ ପଡିଥିଲେ । ତେବେ ଶୁକ୍ରବାର ଫିଟନେସ ପରୀକ୍ଷାରେ ସେ ପାସ୍‌ କରିବା ପରେ  ୪ ଟିକିଆ ଗାଭାସ୍କର- ବର୍ଡର ଟ୍ରଫି ଟେଷ୍ଟ ସିରିଜ୍‌ର ଶେଷ ଦୁଇ ମ୍ୟାଚ୍‌ରେ ସେ ଖେଳିବା ପ୍ରାୟ ନିଶ୍ଚିତ । ଶୁକ୍ରବାର ଦିନ ଏନସିଏ ନିର୍ଦ୍ଦେଶକ ରାହଲ ଦ୍ରାବିଡ୍‌ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଫିଟନେସ୍ ପରୀକ୍ଷା ଦେଇଥିଲେ ରୋହିତ । 

ସୂଚନାଯୋଗ୍ୟ ଯେ, ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ୧୭ ତାରିଖରୁ ଆରମ୍ଭ ହେଉଥିଲେ ବି ପ୍ରଥମ ଦୁଇ ଟେଷ୍ଟ ଖେଳିପାରିବେନାହିଁ ରୋହିତ  ଶର୍ମା । କାରଣ ସେ ସପ୍ତାହେ ଭିତରେ ଅଷ୍ଟ୍ରେଲିଆ ପହଞ୍ଚିବା ପରେ ପ୍ରଥମେ ୧୪ ଦିନ କ୍ବାରାଣ୍ଟାଇନ୍‌ରେ ରହିବେ । ତାପରେ ସେ ପ୍ରାକ୍ଟିସକୁ ଓହ୍ଲାଇବେ । ତେଣୁ ସେ ସିଡନୀ ଟେଷ୍ଟ ( ଜାନୁଆରୀ ୭-୧୧) ଏବଂ ବ୍ରିସବେନ୍ ଟେଷ୍ଟ (ଜାନୁଆରୀ ୧୫-୧୭ ତାରିଖ) ମ୍ୟାଚ୍‌ ଖେଳିପାରିବେ । ତଥାପି  ଖୁସିର ଖବର ହେଲା ରୋହିତ ଟେଷ୍ଟ ଦଳରେ ସାମିଲ ପରେ ଭାରତୀୟ ବ୍ୟାଟିଂ ମଜବୁତ ହେବ । ଚଳିତ ଗସ୍ତରେ ଭାରତୀୟ ଦଳ ଦିନିକିଆ ସିରିଜ ହାରିଥିବା ବେଳେ  ଟି-ଟ୍ବେଣ୍ଟି ସିରିଜ୍ ଜିତିଛି । ତେଣୁ ଘରୋଇ ଦଳ ବିରୋଧରେ ଟେଷ୍ଟ ସିରିଜ୍ ଗୁରୁତ୍ବପୂର୍ଣ୍ଣ ।

   Related Posts