Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆଜିର ଦିନରେ ହିଟମ୍ୟାନ୍ ଖେଳିଥିଲେ ବିସ୍ଫୋରକ ଇନିଂସ, ମାତ୍ର ୩୫ ବଲରୁ ହାସଲ କରିଥିଲେ ଶତକ, ମନେ ପକାଇଲା ଆଇସିସି

22/12/2020 at 11:22 AM

ନୂଆଦିଲ୍ଲୀ,୨୨/୧୨ :  ଭାରତୀୟ ଦଳର ହିଟମ୍ୟାନ୍ ରୋହିତ ଶର୍ମା ୩ ବର୍ଷ ପୂର୍ବରୁ ଆଜିର ଦିନରେ ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ପାଳି ଖେଳିଥିଲେ । ଇନ୍ଦୋରରେ ଖେଳାଯାଇଥିବା ଏହି ଟି୨୦ ମ୍ୟାଚରେ ସେ ମାତ୍ର ୩୫ ବଲରୁ ଶତକ ଲଗାଇଥିଲେ। ୨୦୧୭ ଡିସେମ୍ବର ୨୨ରେ ଖେଳାଯାଇଥିବା ଏହି ମୁକାବିଲାରେ ବିସ୍ଫୋରକ ଶତକ ଲଗାଇ ସେ ଡେଭିଡ ମିଲରଙ୍କ ଶତକର ବରାବର ହୋଇଥିଲେ । ଆଇସିସି ମଙ୍ଗଳବାର ଟ୍ୱିଟ୍ କରି ଏହି ପାଳିକୁ ମନେ ପକାଇଛି ।

ରୋହିତ ଶର୍ମାଙ୍କ ପୂର୍ବରୁ ୨୦୧୭ ଅକ୍ଟୋବର ୨୯ରେ  ଆଫ୍ରିକୀୟ ବ୍ୟାଟସମ୍ୟାନ୍ ଡେଭିଡ୍ ମିଲର ବାଂଲାଦେଶ ବିପକ୍ଷରେ ୩୫ ବଲରୁ ଶତକ ଲଗାଇଥିଲେ । ଏହାର ୨ ମାସ ପରେ ହିଁ ରୋହିତ ଏହି ରେକର୍ଡ ସହ ସମାନ ହୋଇଥିଲେ ।

ଇନ୍ଦୋରରେ ଖେଳାଯାଇଥିବା ଏହି ଟି୨୦ ମୁକାବିଲାରେ ରୋହିତ ୩୪ ବଲରୁ ୯୭ ରନ୍ କରିଥିଲେ । ୧୨ ଓଭରରେ ଆଞ୍ଜେଲା ମାଥ୍ୟୁସ ବୋଲିଂ ପାଇଁ ଆସିଥିଲେ । ଏହି ଓଭରର ଦ୍ୱିତୀୟ ବଲରେ ରୋହିତ ଚୌକା ମାରି ଶତକ ପୂରଣ କରିଥିଲେ । ଏହି ମ୍ୟାଚରେ ସେ ୪୩ ବଲରୁ ୧୧୮ ରନ୍ କରିଥିଲେ । ଏଥିରେ ୧୨ ଚୌକା ଓ ୧୦ ଛକା ସାମିଲ ଥିଲା ।

ସୂଚନାଯୋଗ୍ୟ, ବିଶ୍ୱ ଟି୨୦ କ୍ରିକେଟରେ ରୋହିତ ଶର୍ମା ସର୍ବାଧିକ ୪ଟି ଶତକ ଲଗାଇଛନ୍ତି ।  

   Related Posts