Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ରୋହିତ ଶ୍ରେଷ୍ଠ ଟି୨୦ ବ୍ୟାଟସମ୍ୟାନ, ଧୋନୀ ଫେଭରିଟ୍‌ କ୍ୟାପ୍‌ଟେନ୍- ଟମ୍ ମୁଡୀ

4/04/2020 at 5:54 PM

ନୂଆଦିଲ୍ଲୀ, ୦୪|୦୪:  ପୂର୍ବତନ ଅଲରାଉଣ୍ଡର ଟମ୍ ମୁଡୀ ଶନିବାର ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଡେଭିଡ ଓ୍ୱାର୍ଣ୍ଣରଙ୍କୁ ଟି୨୦ କ୍ରିକେଟରେ ସର୍ବଶ୍ରେଷ୍ଠ ଖେଳାଳି ଭାବେ ଚୟନ କରିଛନ୍ତି ।  ମୁଡୀ ହେଉଛନ୍ତି ପ୍ରସିଦ୍ଧ କୋଚ୍ ଓ କମେଣ୍ଟେଟର । ଏକ ପ୍ରଶ୍ନର ଉତ୍ତରରେ ସେ ଚେନ୍ନାଇ ସୁପର କିଙ୍ଗସକୁ ନିଜର ଫେଭରେଟ୍ ଦଳ କହିଛନ୍ତି । ଏହାସହ ଧୋନୀଙ୍କୁ ସେ ଫେଭରେଟ୍ ଅଧିନାୟକ ବୋଲି କହିଛନ୍ତି ।

ଯେତେବେଳେ ତାଙ୍କୁ ଟି୨୦ କ୍ରିକେଟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କିଏ ବୋଲି ପ୍ରଶ୍ୱ କରାଯାଇଥିଲା, ସେ ନିଜ ଟ୍ୱିଟର ପେଜରେ ଏହାର ଉତ୍ତର ଦେଇଥିଲେ । ସେ କହିଥିଲେ ଯେ, ଏହାର ଉତ୍ତର ଦେବା କଠିନ । କିନ୍ତୁ ସେ ଡେଭିଡ୍ ଓ୍ୱାର୍ଣ୍ଣର ଓ ରୋହିତ ଶର୍ମାଙ୍କ ନାମ ନେଇଥିଲେ । ଭାରତରେ କ୍ରେକଟର ଭବିଷ୍ୟତ ରହିଛି । ଶୁଭମନ୍ ଗିଲ ଆଗାମୀ ଦିନରେ ଦଳର ଭବିଷ୍ୟତ ହେବେ ।  ସେ ଭାରତ ପାଇଁ ଦୁଇଟି ଦିନିକିଆ ଖେଳିଛନ୍ତି । ଏବେ ତାଙ୍କୁ ଆହୁରି ମ୍ୟାଚ ଖେଳିବାକୁ ହେବ ।

ମୁଡୀ ଅନେକ ଆଇପିଏଲ ଟିମକୁ କୋଚିଂ ଦେଇଛନ୍ତି । ଅନ୍ତର୍ଜାତୀୟ ସ୍ତରରେ କେନ୍ ଓ୍ୱିଲିମସନଙ୍କ ନେତୃତ୍ୱକୁ ସେ ପସନ୍ଦ କରିବା ସହ ରବୀନ୍ଦ୍ର ଜାଡେଜା ଫେଭରେଟ୍ ଫିଲ୍ଡର ବୋଲି ସେ କହିଛନ୍ତି । ଭାରତର ଫେବରେଟ୍ କ୍ରିକେଟର କିଏ ବୋଲି ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ ବିରାଟ କୋହଲିଙ୍କ ନାମ ନେଇଥିଲେ ।

   Related Posts