Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଇତିହାସ ରଚିଲେ ରୋହିତ ଶର୍ମା‌, ଅଷ୍ଟ୍ରେଲିଆ ବିରୋଧରେ ଲଗାଇଲେ ଛକାର ଶତକ

8/01/2021 at 4:30 PM

ସିଡନୀ ୦୮।୦୧: ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ପଡିଆକୁ ଓହ୍ଲାଇଛନ୍ତି। ଅଷ୍ଟ୍ରେଲିଆରେ କ୍ଵାରେଣ୍ଟାଇନ୍ ନିୟମ କାରଣରୁ ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ପାରିନଥିଲେ।

ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ର ତୃତୀୟ ଟେଷ୍ଟରେ ଏକ ଖାସ୍ ଉପଲବ୍ଧ ହାସଲ କରିଛନ୍ତି। ନାଥନ ଲାୟନଙ୍କ ବଲରେ ଛକା ମାରିବା ସହିତ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ଛକା ଲଗାଇବାରେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ ହେବାର ରେକର୍ଡ କରିଛନ୍ତି।

ଅଷ୍ଟ୍ରେଲିଆ ଆଜି ଶୀଘ୍ର ନାଥନ ଲାୟନଙ୍କୁ ବୋଲିଂ ଆକ୍ରମଣରେ ଲଗାଇଥିଲା। କିନ୍ତୁ ରୋହିତ ତାଙ୍କୁ ସେଟ୍ ହେବାକୁ ଦେଇନଥିଲେ। ସେ ନାଥନଙ୍କ ବିରୋଧରେ ଆକ୍ରମଣାତ୍ମକ ନୀତି ଆପଣେଇଥିଲେ।

ରୋହିତ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟାଟିଂ କରିପାରିନଥିଲେ। ସେ ଭାରତୀୟ ଇନିଂସର ୨୭ତମ ଓଭରରେ ଜୋସ୍ ହେଜେଲଉଡଙ୍କ ଶିକାର ହୋଇଥିଲେ। ଲାୟନଙ୍କ ବଲ୍‌ରେ ତାଙ୍କ ବିରୋଧରେ ଆଉଟ୍  ଅପିଲ୍‌ ଖାରଜ ହୋଇ ଯାଇଥିଲା। ତେବେ ପରବର୍ତ୍ତୀ ହେଜଲଉଡଙ୍କ ବଲରେ ସେ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ। ସେ ଶୁବମାନ ଗିଲ୍‌ଙ୍କ ସହିତ ପ୍ରଥମ ଓ୍ଵିକେଟ୍‌ରେ ୭୦ ରନ ଯୋଡିଥିଲେ।

   Related Posts