Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଆଇପିଏଲ୍‌ରେ ରୋହିତ ହେଲେ ଭାରତର ‘ସିକ୍ସର କିଙ୍ଗ୍’, ଭାଙ୍ଗିଲେ ଧୋନୀଙ୍କ ରେକର୍ଡ

17/04/2021 at 8:57 PM

ଚେନ୍ନାଇ ୧୭।୦୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୨୦୨୧ ସିଜିନ୍‌ର ନବମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ବଡ ରେକର୍ଡର ଅଧିକାରୀ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବ୍ୟାଟସମ୍ୟାନ ଭାବେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ରୋହିତ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇ ଏହି ରେକର୍ଡ କରିଛନ୍ତି।

ରୋହିତ ଶର୍ମା ତୃତୀୟ ଓଭରରେ ମୁଜିବ ଉର ରେହମାନଙ୍କ ୫ମ ବଲ୍‌ରେ ଛକା ମାରି ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ଏମଏସ ଧୋନୀଙ୍କ ୨୧୬ ଛକାର ସମକକ୍ଷ ହୋଇଥିଲେ। ଏହାର ପରବର୍ତ୍ତୀ ଓଭରରେ ଭୁବନେଶ୍ଵର କୁମାରଙ୍କୁ ଛକା ମାରି ଧୋନୀଙ୍କୁ ପଛରେ ପକାଇଛନ୍ତି। ରୋହିତ ଏହି ମ୍ୟାଚ୍‌ରେ ୨୫ ବଲ୍‌ରୁ ୨ ଚୌକା ଓ ୨ ଛକା ସହ ୩୨ ରନ କରି ଆଉଟ୍ ହୋଇଥିଲେ।

ଏହି ମ୍ୟାଚ୍ ପୂର୍ବରୁ ରୋହିତ ଆଇପିଏଲ୍‌ରେ ୨୧୫ ଛକା ମାରିଥିଲେ। ସବୁଠୁ ଅଧିକ ଛକା ମାରିବା ତାଲିକାରେ ରୋହିତ ଶର୍ମା ତୃତୀୟରେ ପହଞ୍ଚିଛନ୍ତି। କ୍ରିସ୍ ଗେଲ୍‌ ୩୫୧ ଛକା ସହ ପ୍ରଥମରେ ଏବଂ ୨୩୭ ଛକା ସହ ଏବି ଡିଭିଲିୟର୍ସ ଦ୍ଵିତୀୟରେ ଅଛନ୍ତି।

   Related Posts