Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ବିଶ୍ୱକପରେ ସବୁଠାରୁ ଅଧିକ ମ୍ୟାନ ଅଫ୍ ଦ ମ୍ୟାଚ୍ ଟ୍ରଫି ଜିତିଥିବା ଦ୍ୱିତୀୟ ଭାରତୀୟ ଖେଳାଳି ହେଉଛନ୍ତି…

8/07/2019 at 4:59 PM

ବିଶ୍ୱକପର ୪୪ତମ ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରି ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଉପ-ଅଧିନାୟକ ରୋହିତ ଶର୍ମା ଏବଂ କେ.ଏଲ.ରାହୁଲ ଶତକ କରିଥିଲେ । ରୋହିତ ଶର୍ମା ଚଳିତ ବିଶ୍ୱକପରେ ୫ଟି ଶତକ କରି ବିଶ୍ୱ ରେକର୍ଡ କରି ଅନେକ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି । ହିଟ ମ୍ୟାନ ଭାବେ ପ୍ରସିଦ୍ଧ ରୋହିତ ଶର୍ମା ନିଜ କ୍ୟାରିଅରର ଦ୍ୱିତୀୟ ବିଶ୍ୱକପ ଖେଳୁଛନ୍ତି । ହିଟ ମ୍ୟାନଙ୍କ ରେକର୍ଡ ମଧ୍ୟରେ ଗୋଟିଏ ଖାସ୍ ରେକର୍ଡ ରହିଛି । ସେ ବିଶ୍ୱକପରେ ସବୁଠାରୁ ଅଧିକ ମ୍ୟାନ ଅଫ୍ ଦ ମ୍ୟାଚ୍ ଟ୍ରଫି ଜିତିଛନ୍ତି । ସେ ଚଳିତ ବିଶ୍ୱକପରେ ୫ ଥର ମ୍ୟାନ ଅଫ୍ ଦ ମ୍ୟାଚ୍ ଟ୍ରଫି ପାଇଛନ୍ତି ।

ବିଶ୍ୱକପରେ ସବୁଠାରୁ ଅଧିକ ମ୍ୟାନ ଅଫ୍ ଦ ମ୍ୟାଚ୍ ଟ୍ରଫି ଜିତିଥିବା ରେକର୍ଡ ଭାରତର ବରିଷ୍ଠ ଖେଳାଳି ସଚିନ ତେନ୍ଦୁଲକରଙ୍କର ଥିଲା । ସଚିନ ୪୪ଟି ମ୍ୟାଚରେ ମୋଟ୍ ୯ ଥର ମ୍ୟାନ ଅଫ୍ ଦ ମ୍ୟାଚ୍ ଟ୍ରଫି ଜିତିଥିଲେ ।

ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ମହାନ ବୋଲର ଗ୍ଲେନ ମେକ୍ଗ୍ରାଥ । ସେ ନିଜ ବିଶ୍ୱକପ କ୍ୟାରିଅରରେ ୬ଥର ମ୍ୟାନ ଅଫ୍ ଦ ମ୍ୟାଚ୍ ଟ୍ରଫି ଜିତିଛନ୍ତି । ଅପରପକ୍ଷରେ ରୋହିତ ଶର୍ମା ମୋଟ ୫ଥର ମ୍ୟାନ ଅଫ୍ ଦ ମ୍ୟାଚ୍ ଟ୍ରଫି ଜିତି ବିବିୟାନ ରିଚାର୍ଡ, ଗ୍ରାହମ ଗୁଚ୍, ସନଥ୍ ଜୟସୁର୍ୟା, ମାର୍କ ୱା.ଲାନ୍ସ କ୍ଲୁଜନର, ଏବି ଡିବିଲିଅର୍ସଙ୍କ ଭଳି ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି ।

ରୋହିତ ଶର୍ମା ଏହି ରାକର୍ଡ ମାତ୍ର ୧୬ଟି ମ୍ୟାଚ ଏବଂ ନିଜର ଦ୍ୱିତୀୟ ବିଶ୍ୱକପରେ ହାସଲ କରିଛନ୍ତି । ସେ ଏବେ ଆହୁରି ମ୍ୟାଚ ଖେଳିବାର ଅଛି । ତେବେ ଆଗାମୀ ଦିନରେ ସେ ଏହି ବରିଷ୍ଠ ଏବଂ ଲୋକପ୍ରିୟ ଖେଳାଳିଙ୍କୁ ପଛରେ ପକାଇ ସଚିନଙ୍କ ନିକଟବର୍ତ୍ତୀ ହେବେ ବୋଲି ଆଶା କରାଯାଉଛି । ଏହାଛଡା ସୌରଭ ଗାଙ୍ଗୁଲି ଓ ୟୁବରାଜ ସିଂହଙ୍କ ନାଁରେ ମଧ୍ୟ ୪ଟି ଲେଖାଏଁ ମ୍ୟାନ ଅଫ୍ ଦ ମ୍ୟାଚ୍ ଟ୍ରଫି ରହିଛି ।

ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଶିଖର ଧୱନ ଏବଂ କପିଲ ଦେବଙ୍କ ନାଁରେ ୩ଟି ଲେଖାଏଁ ମ୍ୟାନ ଅଫ୍ ଦ ମ୍ୟାଚ୍ ଟ୍ରଫି ରହିଛି ।

   Related Posts