Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

୩୪ ବର୍ଷରେ ପାଦ ଥାପିଲେ ରୋହିତ, ବିଶ୍ୱର ଏକମାତ୍ର ଖେଳାଳି ଭାବେ ଦିନିକିଆରେ ଲଗାଇଛନ୍ତି ତିନୋଟି ଡବଲ୍ ସେଞ୍ଚୁରୀ

30/04/2021 at 11:02 AM

ନୂଆଦିଲ୍ଲୀ, ୩୦/୦୪ : ଅନ୍ତର୍ଜାତୀୟ ଦିନିକିଆରେ ତିନୋଟି ଦ୍ୱିଶତକ ।  ଗୋଟିଏ କିମ୍ବା ଦୁଇଟି ନୁହେଁ ତିନୋଟି ଡବଲ ସେଞ୍ଚୁରୀ ଲଗାଇଥିବା ଭାରତର ବିସ୍ଫୋରକ ଓଫନର ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଶୁକ୍ରବାର ହେଉଚି ଜନ୍ମଦିନ । ସେ ଆଜି ୩୪ ବର୍ଷରେ ପାଦ ତାପିଛନ୍ତି । ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

ହିଟମ୍ୟାନ୍ ପ୍ରଥମେ ବୋଲର ହେବାକୁ ଚାହୁଁଥିଲେ। ତାଙ୍କ କୋଚ୍ ଦୀନେଶ ଲଡ ତାଙ୍କ ବ୍ୟାଟିଂ ଦେଖି ବ୍ୟାଟସମ୍ୟାନ୍ ହେବାକୁ ପରାମର୍ଶ ଦେଇଥିଲେ । ରୋହିତ ଶର୍ମା ତାଙ୍କର ବ୍ୟାଟିଂରେ କମାଲ କରି ହିଟମ୍ୟାନ୍ ରୂପେ ପରିଚିତ ହୋଇପାରିଛନ୍ତି। ରୋହିତଙ୍କ ଜନ୍ମଦିନ ଅବସରରେ ମୁମ୍ଵାଇ ଇଣ୍ଡିଆନ୍ସ ତାଙ୍କୁ ଟ୍ଵିଟ୍ କରି ଶୁଭେଚ୍ଚା ଜଣାଇଛି। ଏହି ଟ୍ଵିଟରେ ମୁମ୍ଵାଇ ଇଣ୍ଡିଆନ୍ସ ଲେଖିଛି ଯେ, ଯେତେବେଳେ ଯେଉଁଆଡେ ଯାଆନ୍ତି ଷ୍ଟେଜରେ ନିଆଁ ଲଗାଇ ଦିଅନ୍ତି। ସେ ହେଉଛନ୍ତି ରୋହିତ ଶର୍ମା। ଜନ୍ମଦିନର ଶୁଭେଚ୍ଛା କ୍ୟାପ୍ଟେନ। ସେହିପରି ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

ରୋହିତ ୨୦୦୭ରେ ରୋହିତ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ । ସେହି ବର୍ଷ ସେପ୍ଟେମ୍ଵରରେ ସେ ଟି-୨୦ ପାଦ ଦେଇଥିଲେ। ରୋହିତ ଶର୍ମା ୨୦୨୦ ଫେବୃଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳିଥିଲେ।

୨୦୧୫ ଡିସେମ୍ବର ୧୩ରେ ରୋହିତ ଶର୍ମା ଓ ରିତିକା ସଜଦେହଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ତିନି ବର୍ଷ ପରେ ୨୦୧୮ ଡିସେମ୍ବର ୩୦ରେ ରୋହିତଙ୍କ ଏକ କନ୍ୟା ସନ୍ତାନ ହୋଇଥିଲା। ସେହି ସମୟରେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ କାରଣରୁ ସେ ତାଙ୍କ ପତ୍ନୀଙ୍କ ନିକଟରେ ଉପସ୍ଥିତ ହୋଇପାରି ନଥିଲେ।

ରୋହିତ ଶର୍ମା ଏଯାଏଁ ୨୨୭ଟି ଦିନିକିଆ ଖେଳି ୯୨୦୫ ରନ କରିଛନ୍ତି। ସେ ୨୯ଟି ଶତକ ଏବଂ ୪୩ଟି ଅର୍ଦ୍ଧଶତକ ଲଗାଇଛନ୍ତି। ସେହିପରି ୩୮ଟି ଟେଷ୍ଟ ମ୍ୟାଚରେ ୨୬୧୫ ରନ କରିଛନ୍ତି। ଏଥିରେ ୭ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ରହିଛି। ୧୧୧ଟି-୨୦ ଇଣ୍ଟରନ୍ୟାସନାଲରେ ସେ ୨୮୬୪ ରନ୍ କରିଛନ୍ତି। ଏଥିରେ ୪ଟି ଶତକ ଓ ୨୨ଟି ଅର୍ଦ୍ଧଶତକ ସାମିଲ ଅଛି ।

   Related Posts