ଅମ୍ପାୟାର ଆଉଟ୍ ଦେବା ପରେ ରାଗିଗଲେ ରୋହିତ, ଡିଆରଏସ ନେଇ ଚ୍ୟାଲେଞ୍ଜ୍ କଲେ...

Published By : Prameya-News7 Bureau | April 24, 2021 IST

ମୁମ୍ବାଇ ୨୪।୦୪: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ-୨୦୨୧ରେ ଶୁକ୍ରବାର ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଛି । ଏହି ମୁକାବିଲାରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୨ ବଲରୁ ୬୩ ରନ୍ କରିଥିଲେ ।କିନ୍ତୁ ଏହି ଇନିଂସ ସମୟରେ ସେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତାଷ ବ୍ୟକ୍ତ କରିଥିଲେ । ଏପରିକି ସେ ରାଗିଯାଇ ଅମ୍ପାୟାରଙ୍କୁ କିଛି କହିଥିଲେ ଓ ଡିଆରଏସ ନେଇଥିଲେ । ତାଙ୍କର ଏହି ଆଚରଣକୁ ନେଇ ଫ୍ୟାନ୍ସମାନେ ଟ୍ୱିଟରରେ କମେଣ୍ଟ ଦେଇଛନ୍ତି ।

ଏହି ଘଟଣା ମୁମ୍ବାଇ ଇନିଂସର ପ୍ରଥମ ଓଭରର ପଞ୍ଚମ ବଲରେ ଘଟିଥିଲା । ପଞ୍ଜାବ ବୋଲର ମୋଇଜେସ୍ ହେନେରିକ୍ସଙ୍କ ବଲକୁ ରୋହିତ ଲେଗ୍ ସାଇଡକୁ ଫ୍ଲିକ୍ କରିବାକୁ ଚାହିଁଥିଲେ । କିନ୍ତୁ ରୋହିତ ଏହି ସଟ୍ ଖେଳିପାରି ନଥିଲେ । କିନ୍ତୁ ଏହି ସମୟରେ ବଲ୍ ବ୍ୟାଟରେ ବାଜିଥିବା ଶବ୍ଦ ହୋଇଥିଲା ।

ପଞ୍ଜାବ ଓ୍ୱିକେଟ୍ କିପର୍ କେଏଲ ରାହୁଲ ଆଉଟ୍ ଅପିଲ କରିଥିଲେ । ଅମ୍ପାୟାର ସମସୁଦ୍ଦୀନ ରୋହିତଙ୍କୁ ଆଉଟ୍ ଦେଇଥିଲେ । ରୋହିତ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ସହ ରାଗିକରି ଅନାଇଥିଲେ । ଏହାସହ ସେ ଡିଆରଏସ ମଧ୍ୟ ନେଇଥିଲେ । ରିପ୍ଲେରେ ରୋହିତ ଠିକ୍ ଥିବା ଦେଖିବାକୁ ମିଳିଥିଲା । ଥାର୍ଡ ଅମ୍ପାୟାର ଫିଲ୍ଡ ଅମ୍ପାୟାରଙ୍କୁ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ କହିଥିଲେ । ସୂଚନାଯୋଗ୍ୟ, ଏହି ମୁକାବିଲାରେ ମୁମ୍ବାଇ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୩୧ ରନ୍ କରିଥିଲା । ଜବାବରେ ପଞ୍ଜାବ ମାତ୍ର ଗୋଟିଏ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.