Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

୫୦୨ ରନ୍‌ରେ ଟିମ୍ ଇଣ୍ଡିଆର ପ୍ରଥମ ପାଳି ଘୋଷଣା : ଶତକକୁ ଦ୍ବିଶତକରେ ପରିଣତ କଲେ ମୟଙ୍କ ଅଗ୍ରୱାଲ, ୧୭୬ରେ ଅଟକିଗଲେ ରୋହିତ

3/10/2019 at 6:31 PM

ବିଶାଖପାଟଣା ୩|୧୦: ବିଶାଖପାଟଣା ଟେଷ୍ଟରେ ଭାରତର ପାଳି ଘୋଷଣା । ୭ ୱିକେଟ୍ ହରାଇ ୫୦୨ ରନ୍ କରିଥିବା ଟିମ୍ ଇଣ୍ଡିଆ ପ୍ରଥମ ପାଳି ଘୋଷଣା କରିଛି । ନିଜ କ୍ୟାରିଅରରର ପ୍ରଥମ ଟେଷ୍ଟ ଶତକକୁ ଦ୍ବିଶତକରେ ପରିଣତ କରିଛନ୍ତି ମୟଙ୍କ ଅଗ୍ରୱାଲ୍ । ମୟଙ୍କ ୨୧୫ ରନ୍ କରି ଆଉଟ୍ ହୋଇଥିବା ବେଳେ ୧୭୬ ରନ୍ କରି ଆଉଟ୍ ହୋଇଥିଲେ ରୋହିତ ଶର୍ମା । ଉଭୟ  ଭାରତ ପାଇଁ ୩୧୭ ରନ୍ର ଓପନିଂ ପାର୍ଟନର ସିପ୍ କରି ରେକ୍ରଡ କରିଛନ୍ତି । ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ଦକ୍ଷିଣ ଆପ୍ରିକା ।

କେବଳ ରୋହିତ ନୁହେଁ ମୟଙ୍କ ବି ଚମକିଲେ । ଦକ୍ଷିଣ ଆଫ୍ରିକା ବିରୋଧରେ ଶାନଦାର ଜବରଦସ୍ତ ଦ୍ବିଶତକ ମାରିଲେ ମୟଙ୍କ । ଦକ୍ଷିଣ ଆଫ୍ରିକା ବିରୋଧରେ ବିଶାଖାପାଟଣାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ନିଜ କ୍ୟାରିଅରର ପ୍ରଥମ ଶତକକୁ ଦ୍ବିଶତକରେ ପରିଣତ କରିଛନ୍ତି ଓପନର ମୟଙ୍କ ଅଗ୍ରୱାଲ୍ ।

ଟିମ୍ ଇଣ୍ଡିଆ ଗତକାଲିର ୨୦୨ ରନରୁ ଆଜି ଦ୍ବିତୀୟ ଦିନର ଖେଳ ଆରମ୍ଭ କରିଥିଲା ।ମୟଙ୍କ ଅଗ୍ରୱାଲ୍ ୮୪ ରନରୁ ତାଙ୍କର ବ୍ୟାଟିଂ ଆରମ୍ଭ କରିଥିବା ବେଳେ ୨୦୪ ବଲରେ କ୍ୟାରିଅରର ପ୍ରଥମ ଶତକ ପୂରଣ କରିଥିଲେ । ରୋହିତ – ମୟଙ୍କ କାଲିଭଳି ଦକ୍ଷିଣ ଅଫ୍ରିକା ବୋଲରଙ୍କୁ ଖାତିର ନକରି ସ୍କୋରକୁ ଆଗକୁ ବଢାଇ ଚାଲିଥିଲେ ।

୭୯.୫ ଓଭରରେ ଭାରତର ଏହି ଓପନିଂ ପେୟାର ୩୦୦ ରନ୍ କରିଥିଲା । ସେତେବେଳକୁ ରୋହିତ ଶର୍ମା ୧୫୦ ରନ୍ କରିସାରିଥିଲେ । ରୋହିତ ଶର୍ମା ଦ୍ବିଶତକ ଆଡକୁ ଅଗ୍ରସର ହେଉଥିଲେ ବି ୧୭୬ ରନରେ ତାଙ୍କ ଇନିଂସ ଅଟକି ଯାଇଥିଲା । ସେ ମହାରାଜଙ୍କ ବଲରେ ଡିକକଙ୍କ ଦ୍ବାରା ଷ୍ଟମ୍ପିଂ ହୋଇ ପାଭିଲିଅନ୍ ଫେରିଥିଲେ ।

ମୟଙ୍କଙ୍କ ସହ ଯୋଗଦେଇଥିବା ଚେତେଶ୍ବର ପୂଜାରା ବେଶି ସମୟ କ୍ରିଚର୍ ଅଟକି ପାରିନଥିଲେ । ଫିଲାଣ୍ଡରଙ୍କ ଦ୍ବାରା ବୋଲଡ୍ ହୋଇଥିଲେ । କ୍ୟାପଟେନ୍ କୋହଲି ମୟଙ୍କଙ୍କ ସହ ଯୋଗଦେଇ ସ୍କୋରକୁ ଦ୍ରୁତଗତରି ଆଗକୁ ବଢାଇ ଚାଲିଥିଲେ ବି ମୟଙ୍କଙ୍କ ସହ ବେଶି ସମୟ ସାଥ୍ ଦେଇପାରିନଥିଲେ । ଭାରତର ସ୍କୋର ୩୭୭ ବେଳେ କୋହଲି ୪୦ ବଲରେ ୨୦ ରନ୍ କରି ପାଭିଲିଅନ୍ ଫେରିଥିଲେ ।

ଭାରତ ନିୟମିତ ୱିକେଟ୍ ହରାଉଥିଲେ ବି ସ୍କୋରକୁ ବଢାଇ ଚାଲିଥିଲା । ହେଲେ ଏହାରି ମଧ୍ୟରେ ୩୫୮ ବଲରେ କ୍ୟାରିଅରର ପ୍ରଥମ ଶତକକୁ ଦ୍ବିଶତକରେ କନଭର୍ଟ କରିଦେଇଥିଲେ  ମୟଙ୍କ ଅଗ୍ରୱାଲ୍ । ଭାରତ ମୋଟ୍ ୧୩୬ ଓଭରରେ ୭ ୱିକେଟ୍ ହରାଇ ୫୦୨ ରନ୍ କରିଥିବା ବେଳେ  ପାଳି ଘୋଷଣା କରିଥିଲା । ଜାଡେଜା ଅପରାଜିତ ୩୦ ଓ ରିଦ୍ଧିମାନ ଶାହା ୨୧  ଓ ରାହାଣେ ୧୫ ରନ୍ କରିଥିଲେ ।

ନିଜର ପ୍ରଥମ ଟେଷ୍ଟ ଶତକକୁ ଦ୍ବିଶତକରେ ପରିଣତ କରିବାରେ ମୟଙ୍କ ଅଗ୍ରୱାଲ୍ ବିଶ୍ବର ଚତୁର୍ଥ ବ୍ୟାଟସମ୍ୟାନ୍ । ଏହି ମ୍ୟାଚରେ ରୋହିତ ଓ ମୟଙ୍କ ଯୋଡି ରାହୁଲ ଦ୍ରାବିଡ ଓ ବିରେନ୍ଦ୍ର ସେହୱାଗ୍ଙ୍କ ୧୧ ବର୍ଷ ପୁରୁଣା ରେକର୍ଡ ବ୍ରେକ୍ କରିଛନ୍ତି ।

ଭାରତ ପାଇଁ ଦକ୍ଷିଣ ଆଫ୍ରିକା ବିରୋଧରେ ଉଭୟ ୩୧୭ ରନର ଓପନିଂ ପାର୍ଟନର ସିପ୍ ଛିଡା କରାଇଛନ୍ତି ।୨୦୦୮ ଚେନ୍ନାଇ ଟେଷ୍ଟରେ ସେହୱାଗ୍ ଓ ଦ୍ରାବିଡ ୨୬୮ ରନ୍ କରିଥିଲେ ।

   Related Posts