Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଅଷ୍ଟ୍ରେଲିଆ ଗସ୍ତରେ ଯିବେ ରୋହିତ ଶର୍ମା, ଖେଳି ପାରନ୍ତି ଟେଷ୍ଟ ଶୃଙ୍ଖଳା

9/11/2020 at 4:08 PM

ନୂଆଦିଲ୍ଲୀ ୦୯।୧୧: ଭାରତୀୟ କ୍ରିକେଟ୍ ଦଳର ଓପନର ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ କରିବେ। ହେଲେ ସେ ଦଳର ସଦସ୍ୟ ରହିବେ ନାହିଁ। କିନ୍ତୁ ସେ ଟେଷ୍ଟ ଶୃଙ୍ଖଳା ଖେଳି ପାରନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ରୋହିତ ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ଗସ୍ତ କରିବେ। କିନ୍ତୁ ତାଙ୍କର ଟେଷ୍ଟ ଶୃଙ୍ଖଳା ଖେଳିବାର ଅଧିକ ସମ୍ଭାବନା ରହିଛି। ଭାରତୀୟ ଦଳ ନଭେମ୍ଵର ୧୧ରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ। ରୋହିତ ଶର୍ମା ନଭେମ୍ଵର ୧୧ରେ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତ କରିବେ ନାହିଁ। ସେ ପରେ ଭାରତୀୟ ଦଳରେ ଯୋଗ ଦେବେ।

ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆରେ କ୍ଵାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। ଏଥିପାଇଁ ରୋହିତ ଶର୍ମା ସୀମିତ କ୍ରିକେଟ୍‌ରେ ଦଳରେ ଯୋଗ ଦେଇ ପାରିବେ ନାହିଁ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଚୟନ ସମୟରେ ରୋହିତଙ୍କୁ କୌଣସି ଫର୍ମାଟ୍‌ରେ ସ୍ଥାନ ଦିଆଯାଇନଥିଲା। ଏହାକୁ ନେଇ ବିସିସିଆଇକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା।

ଗତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଘରୋଇ ଟିମ୍‌ ବିପକ୍ଷରେ ଟେଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତି ଇତିହାସ ରଚିଥିଲା। ଏଥର ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ବିଜୟଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବେ। ଗତ ଗସ୍ତରେ ଭାରତ ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଇ ଶୃଙ୍ଖଳାରେ ଅଗ୍ରଣୀ  ହାସଲ କରିଥିଲା। ଦ୍ଵିତୀୟ ଟେଷ୍ଟରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ ଭାରତୀୟ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରି ମେଲବର୍ଣ୍ଣ ଟେଷ୍ଟ ଜିତି ଶୃଙ୍ଖଳା ନିଜ ନାମରେ କରିଥିଲା।

ଭାରତର ଅଷ୍ଟ୍ରେଲିଆ ଗସ୍ତ ନଭେମ୍ଵର ୨୭ରୁ ଆରମ୍ଭ ହେଉଛି। ଏହି ଗସ୍ତରେ ଭାରତୀୟ ଦଳ ଘରୋଇ ଦଳ ବିପକ୍ଷରେ ୩ ଟି-୨୦, ୩ ଦିନିକିଆ ଏବଂ ୪ ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତର ଅଷ୍ଟ୍ରେଲିଆ ଗସ୍ତ ତିନିକିଆ ଶୃଙ୍ଖଳା ସହିତ ଆରମ୍ଭ ହେବ। ଏହା ପରେ ଟି-୨୦ ଏବଂ ପରେ ଟେଷ୍ଟ ଶୃଙ୍ଖଳା ଖେଳାଯିବ।

   Related Posts