ଟେଷ୍ଟରେ ସର୍ବଶ୍ରେଷ୍ଠ ରାଙ୍କିଙ୍ଗ୍ ହାସଲ କଲେ ‘ହିଟ୍ ମ୍ୟାନ୍’ ରୋହିତ ଶର୍ମା, ଉପରକୁ ଉଠିଲେ ରବିଚନ୍ଦ୍ରନ ଅଶ୍ଵିନ
28/02/2021 at 3:48 PM

ନୂଆଦିଲ୍ଲୀ ୨୮।୦୨: ଭାରତୀୟ ଷ୍ଟାର ଓପନର ରୋହିତ ଶର୍ମା ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ରୋହିତ ଛଅଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ବେଷ୍ଟ ରାଙ୍କିଙ୍ଗ ହାସଲ କରିଛନ୍ତି। ବିଶ୍ଵ କ୍ରିକେଟ୍ରେ ହିଟ୍ ମ୍ୟାନ୍ ନାମରେ ପ୍ରସିଦ୍ଧ ରୋହିତ ଶୀର୍ଷ ୧୦ରେ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି।
ରୋହିତ ଇଂଲଣ୍ଡ ବିପକ୍ଷ ଜାରି ଟେଷ୍ଟ ସିରିଜ୍ର ପ୍ରଥମ ୩ଟି ମ୍ୟାଚ୍ରେ ସ୍ପିନରଙ୍କ ବିରୋଧରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଶୀର୍ଷ ୧୦ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପୂଜାରାଙ୍କ ପରେ ରୋହିତ ସାମିଲ ହୋଇଛନ୍ତି। କୋହଲି ତାଲିକାରେ ପଞ୍ଚମରେ ରହିଥିବା ବେଳେ ଚେତେଶ୍ଵର ପୂଜାରା ଦୁଇଟି ସ୍ଥାନ ତଳକୁ ଖସି ଦଶମରେ ରହିଛନ୍ତି।
India opener Rohit Sharma storms into the top 10 to a career-best eighth position in the latest @MRFWorldwide ICC Test Player Rankings for batting 💥
— ICC (@ICC) February 28, 2021
Full list: https://t.co/AIR0KN4yY5 pic.twitter.com/Hqb9uTWnzJ
୨୦୧୯ରେ ଟେଷ୍ଟ କ୍ରିକେଟ୍ରେ ଓପନର ଭାବେ ଡେବ୍ୟୁ କରିବା ପରେ ରୋହିତ ଏ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ବଡ ଇନିଂସ ଖେଳିବାରେ ଅସମର୍ଥ ହୋଇଥିଲେ। ତେବେ ଇଂଲଣ୍ଡ ବିପକ୍ଷ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ମୁକାବିଲାର ପ୍ରଥମ ଇନିଂସରେ ରୋହିତ ୬୬ ରନ ଏବଂ ଅପରାଜିତ ୨୫ ରନ କରିଥିଲେ। ରୋହିତ ୭୪୨ ପଏଣ୍ଟ ହାସଲ କରିଥିବା ବେଳେ ୨୦୧୯ ଅକ୍ଟୋବରରେ ଏହା ୭୨୨ ଥିଲା। ସେହି ସମୟରେ ସେ ଦଶମ ସ୍ଥାନରେ ଥିଲେ।
ତୃତୀୟରେ ପହଞ୍ଚିଲେ ଅଶ୍ଵିନ
ତୃତୀୟ ମ୍ୟାଚ୍ରେ ମୋଟ୍ ୧୧ ଓ୍ଵିକେଟ୍ ନେଇଥିବା ସ୍ପିନର ଅକ୍ଷର ପଟେଲ ଓ ରବି ଚନ୍ଦ୍ରନ ଅଶ୍ଵିନ ମଧ୍ୟ ମାନ୍ୟତାରେ ଉପରକୁ ଉଠିଛନ୍ତି। ଅକ୍ଷର ୩୮ତମ ସ୍ଥାନରେ ପହଞ୍ଚିଥିବା ବେଳେ ଅଶ୍ଵିନ ଚତୁର୍ଥରୁ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡର ସ୍ପିନର ଜ୍ୟାକ୍ ଲିଚ୍ ମଧ୍ୟ ଶୀର୍ଷ ୩୦ରେ ପହଞ୍ଚିଛନ୍ତି। ସେ ତିନୋଟି ସ୍ଥାନ ଉପରକୁ ଉଠି ୨୮ତମ ସ୍ଥାନରେ ପହଞ୍ଚିଛନ୍ତି।