Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ରୋହିତ ଶର୍ମାଙ୍କ ୱାର୍ଲଡ ରେକର୍ଡ : ଚଳିତ ବିଶ୍ବକପ୍‌ରେ ୪ଟି ଶତକ ମାରି ନୂଆ ଇତିହାସ ରଚିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍

3/07/2019 at 9:49 AM

ବର୍ମିଂହାମ୍ ୩|୭:  ରୋହିତ୍ ଶର୍ମାଙ୍କ ୱାର୍ଲଡ୍ ରେକର୍ଡ଼ । ଗୋଟିଏ ବିଶ୍ବକପ୍‌ରେ ଚାରି ଚାରିଟି ଶତକ ମାରି ନୂଆ ଇତିହାସ ରଚିଲେ ଏହି ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍ । ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ସେଞ୍ଚୁରି ମାରିବା ପରେ ପ୍ରଥମ ଭାରତୀୟ ଖେଳାଳୀ ଭାବେ ରୋହିତ ଏହି ରେକର୍ଡ଼ର ଅଧିକାରୀ ହୋଇଥିବା ବେଳେ ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ୍ କୁମାର ସାଙ୍ଗାକାରାଙ୍କ ସମକକ୍ଷ ହୋଇଛନ୍ତି ।

ସାଉଥ ଆଫ୍ରିକା ବିପକ୍ଷରେ ୧୪୪ବଲ୍‌ରେ ୧୨୨ ରନ୍ ନଟ୍ ଆଉଟ୍ ।  ପାକିସ୍ତାନ ବିପକ୍ଷରେ ୧୧୩ ବଲ୍‌ରେ ୧୪୦ ରନ୍ । ଇଂଲଣ୍ଡ ବିପକ୍ଷରେ ୧୦୯ ବଲ୍‌ରେ ୧୦୨ ରନ୍‌ର ପାରି । ଆଉ ଏବେ ବାଂଲାଦେଶ ବିପକ୍ଷରେ ୯୨ ବଲ୍‌ରେ ସାନଦାର୍ ୧୦୪ ରନ୍ । ଗୋଟିଏ ବିଶ୍ବକପ୍‌ରେ ଚାରି ଚାରିଟି ସେଞ୍ଚୁରି ମାରି ନୂଆ ଇତିହାସ ରଚିଛନ୍ତି ରୋହିତ ଶର୍ମା । ଏହି କୀର୍ତ୍ତିମାନ୍ ରଚିବାରେ ରୋହିତ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳୀ ।

ପୂର୍ବରୁ ୨୦୧୫ ବିଶ୍ବକପ୍‌ରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାର ୪ଟି ଶତକ ହାସଲ କରି ରେକର୍ଡ଼ କରିଥିଲେ । ଏବେ ଦ୍ବିତୀୟ ଆନ୍ତର୍ଜାତୀୟ ଖେଳାଳୀ ଭାବେ ଏହି ରେକର୍ଡ଼ ନିଜ ନାଁରେ କରିଛନ୍ତି ହିଟ୍ ମ୍ୟାନ୍ । ସେହିଭଳି ଗୋଟିଏ ଓ୍ବାର୍ଲକପ୍‌ରେ ୫୦୦ ରନ୍ ମାର୍କକୁ ବି କ୍ରସ୍ କରିଛନ୍ତି ରୋହିତ୍ ଶର୍ମା । 

ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପରେ ଦ୍ବିତୀୟ ଭାରତୀୟ ଖେଳାଳୀ ଭାବେ ରୋହିତ ଏହି ରେକର୍ଡ଼ର ଅଧିକାରୀ ହୋଇଛନ୍ତି । ପୂର୍ବରୁ ୧୯୯୬ ଓ୍ବାର୍ଲକପ୍‌ରେ ୫୨୩ରନ୍ ଏବଂ ୨୦୦୩ ଓ୍ବାର୍ଲଡ୍ କପ୍‌ରେ ୬୭୩ ରନ୍ କରିଥିଲେ ସଚିନ । ତେବେ ଚଳିତ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆର ଡେଭିଡ୍ ଓ୍ବାର୍ଣ୍ଣରଙ୍କୁ ପଛରେ ପକାଇ ରୋହିତ ସର୍ବାଧିକ ସ୍କୋର ତାଲିକାରେ ଟପ୍‌ରେ ରହିଛନ୍ତି ।

   Related Posts