ଅପରାଧ ସ୍ବୀକାର କଲେ ଅପୂର୍ବା, ପୋଲିସକୁ କହିଲେ କାହିଁକି ଓ କିପରି ହତ୍ୟା କଲେ ରୋହିତଙ୍କୁ

Published By : Prameya-News7 Bureau | April 24, 2019 IST

ନୂଆଦିଲ୍ଲୀ ୨୪।୪: ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଡି.ତିଓ୍ବାରୀଙ୍କ ପୁତ୍ର ରୋହିତ ଶେଖର ତିଓ୍ବାରୀଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ କରିଛି ଦିଲ୍ଲୀ ପୋଲିସ ଅପରାଧ ଶାଖା। ରୋହିତଙ୍କ ପତ୍ନୀ ଅପୂର୍ବା ଶୁକ୍ଲାହିଁ ତାଙ୍କର  ହତ୍ୟା କାରୀ। ଅପୂର୍ବା ନିଜ ଦୋଷ ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିବା ସହ କୋର୍ଟରେ ହାଜର କରିଥିବା ବେଳେ ପୋଲିସର ରିମାଣ୍ଡ ନିବେଦନ ମଞ୍ଜୁର କରିଛନ୍ତି କୋର୍ଟ। ଅପୂର୍ବା ୨ ଦିନ ପୋଲିସ ରିମାଣ୍ଡରେ ରହିବେ। 

{"id":106896}

ତେବେ ଗିରଫ ପୂର୍ବରୁ ପୋଲିସ ପଚରା ଉଚରା ବେଳେ ରୋହିତ ଓ ଅପୂର୍ବାଙ୍କ ବୈବାହିକ ଜୀବନ ସୁଖଦ ନଥିବା ପୋଲିସକୁ କହିଥିଲେ। ସେମାନେ ପ୍ରେମ ବିବାହ କରିଥିଲେ ବି ପାରିବାରିକ କଳି ଝଗଡା ପ୍ରାୟତଃ ଅଶାନ୍ତିରେ ରହୁଥିଲେ। ରୋହିତଙ୍କ ହତ୍ୟା ଦିନ ମଧ୍ୟ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ପାରିବାରିକ ସମ୍ପର୍କିୟଙ୍କୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଘଟଣା ବେଳେ ଶେଖର ନିଶାରେ ଥିଲେ। ତେବେ ତାଙ୍କୁ ହତ୍ୟା କରିବେ ବୋଲି ଅପୂର୍ବା ପୂର୍ବରୁ ସ୍ଥିର କରିନଥିଲେ। ହେଲେ ଉତ୍ତେଜନା ବସତ ଅପୂର୍ବା ରୋହିତଙ୍କ ଗଳା ଟିପି ଦେଇଥିବା ପୋଲିସକୁ କହିଛନ୍ତି । 

{"id":106898}

ଅପୂର୍ବା ପେସାରେ ଜଣେ ଓକିଲ। ସେ  ସୁପ୍ରିମକୋର୍ଟରେ  ଓକିଲାତି କରନ୍ତି । ମାମଲାର ତଦନ୍ତ ବେଳେ ଅପୂର୍ବା ବାରମ୍ବାର ବୟାନ ବଦଳାଉଥିଲେ। ଏଣୁ ତାଙ୍କ ପ୍ରତି ପୋଲିସର ସନ୍ଦେହ ଘନିଭୂତ ହୋଇଥିଲା। ସେପଟେ ରୋହିତଙ୍କ ମୃତ୍ୟୁ ପାଇଁ ତାଙ୍କ ମା ଉଜ୍ଜ୍ବଲା ବୋହୂ ଅପୂର୍ବାଙ୍କୁ ହିଁ ଦାୟୀ କରୁଥିଲେ। ଏଣୁ ପୋଲିସ ପଚରା ଉଚରାରେ ସାମାନ୍ୟ କଠୋର ହେବା ମାତ୍ରେ ଅପୂର୍ବା ତାଙ୍କ ଦୋଷ ମାନି ଯାଇଥିଲେ। ତାଙ୍କୁ ଗିରଫ କରାଯିବା ସହ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.