ରୋହିତ ଶେଖରଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ : ପତ୍ନୀ ଅପୂର୍ବାଙ୍କ କଲ ରେକର୍ଡ ଯାଞ୍ଚ କରୁଛି ପୋଲିସ, ସନ୍ଦେହ ଘେରରେ ପୁରା ପରିବାର

Published By : Prameya-News7 Bureau | April 20, 2019 IST

ନୂଆଦିଲ୍ଲୀ ୨୦/୪ : ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରୀଙ୍କ ମୃତ୍ୟୁ ରହସ୍ୟର ଖୁଲାସା କରିଛି ପୋଲିସ | ରୋହିତଙ୍କୁ ହତ୍ୟା କରାଯାଇଥିବା ଗତକାଲି ସ୍ପଷ୍ଟ କରିଥିଲା ପୋଲିସ | ରୋହିତଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ଗତକାଲି ପୋଲିସ ସ୍ପଷ୍ଟ କରିଥିଲା | ରୋହିତଙ୍କ ମୁହଁରେ ତକିଆରେ ଜାକି ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି | ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆହୁରି ଜୋର କରିଛି | ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଟିମ ଦିଲ୍ଲୀ ଡିଫେନ୍ସ କଲୋନୀ ସ୍ଥିତ ରୋହିତଙ୍କ ଘରକୁ ପହଞ୍ଚିଥିଲା | ରୋହିତଙ୍କ ଘରେ ତାଙ୍କ ମା' ଉଜ୍ଜ୍ଵଳା ତିୱାରୀ, ପତ୍ନୀ ଏବଂ ତାଙ୍କ ଶ୍ୱଶୁରଙ୍କୁ ପଚରାଉଚୁରା କରିଛି | ହତ୍ୟା ମାମଲାରେ ରୋହିତଙ୍କ ଭାଇଙ୍କୁ ମଧ୍ୟ ପଚରାଉଚୁରା କରୁଛି ପୋଲିସ | କ୍ରାଇମ ବ୍ରାଞ୍ଚ ଟିମରେ ମହିଳା ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି | ଗତକାଲି ସନ୍ଧ୍ୟାରେ ରୋହିତଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା | ରୋହିତଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା | ଏହାପରେ ହତ୍ୟା ମାମଲା ରୁଜ୍ଜୁ କରିଥିଲା ପୋଲିସ |

{"id":105209}


ସୂଚନାଯୋଗ୍ୟ ଯେ, ରୋହିତଙ୍କ ପତ୍ନୀଙ୍କ ଉପରେ ପୋଲିସ ସନ୍ଦେହ କରୁଛି | ରୋହିତଙ୍କ ଭାଇ ମଧ୍ୟ ସେଦିନ ଘରେ ଉପସ୍ଥିତ ଥିଲେ | ସେଥିପାଇଁ ତାଙ୍କୁ ପୋଲିସ କଡାକଡି ଭାବେ ପଚରାଉଚୁରା କରୁଛି | ଏହାଛଡା ଘରେ କାମ କରୁଥିବା ଚାକରଙ୍କୁ ମଧ୍ୟ ପଚରାଉଚୁରା କରୁଛି ପୋଲିସ | ରୋହିତ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଭଳି ସମ୍ପର୍କ ଥିଲା ସେନେଇ ପୋଲିସ ଉଜ୍ଜ୍ଵଳା ତିୱାରୀଙ୍କୁ ପଚରାଉଚୁରା କରୁଛି | ପତ୍ନୀ ଅପୂର୍ବାଙ୍କ କଲ ରେକର୍ଡ ଯାଞ୍ଚ କରୁଛି ପୋଲିସ | ଏପ୍ରିଲ ୧୫-୧୬ ତାରିଖ ରାତିରେ ଅପୂର୍ବା ଯେଉଁମାନଙ୍କୁ ଫୋନ କରିଥିଲେ କିମ୍ୱା ଯେଉଁ ନମ୍ବରରୁ ତାଙ୍କ ପାଖକୁ ଫୋନ ଆସିଥିଲା ସେ ସମସ୍ତ ନମ୍ବରର ଯାଞ୍ଚ କରୁଛି ପୋଲିସ | ଏହାଛଡା ହତ୍ୟା ସମୟରେ ଘରେ ଯେଉଁମାନେ ଉପସ୍ଥିତ ଥିଲେ ସେ ସମସ୍ତଙ୍କର କଲ ରେକର୍ଡ ଏବଂ ଫୋନ ଯାଞ୍ଚ କରାଯାଉଛି |

{"id":105210}


ରୋହିତଙ୍କ ମା କହିଛନ୍ତି ଯେ, ବିବାହ ଦିନରୁ ହିଁ ରୋହିତ ଏବଂ ଅପୂର୍ବାଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା | ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା | ଉଭୟ ପ୍ରେମ ବିବାହ କରିଥିଲେ କିନ୍ତୁ ଉଭୟଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଭଳି ଭଲ ସମ୍ପର୍କ ନଥିଲା | ରୋହିତଙ୍କ ଶ୍ୱଶୁର ନିଜ ଝିଅ ସପକ୍ଷରେ ବୟାନ ଦେଇ ଅପୂର୍ବା ନିର୍ଦୋଷ ବୋଲି କହିଛନ୍ତି | ସେ କ୍ରାଇମ ବ୍ରାଞ୍ଚକୁ କହିଛନ୍ତି ଯେ, ତାଙ୍କ ଝିଅ କିଛି ଭୁଲ କରିନାହିଁ | ତାଙ୍କ ଝିଅ କାହାକୁ ହତ୍ୟା କରିପାରିବ ନାହିଁ |

{"id":105211}


ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଡି ତିୱାରୀଙ୍କ ପୁଅ ରୋହିତ ତିୱାରୀ ରାଜଧାନୀ ଦିଲ୍ଲୀର ଡିଫେନ୍ସ କଲୋନୀରେ ନିଜ ମା, ପତ୍ନୀ ଏବଂ ଭାଇଙ୍କ ସହ ରହୁଥିଲେ | ଏପ୍ରିଲ ୧୬ ତାରିଖରେ ରୋହିତ ନିଜ ରୁମରୁ ସନ୍ଦିଗ୍ଧ ଭାବେ ଉଦ୍ଧାର କରାଯାଇଥିଲା | ରୋହିତଙ୍କ ନାକରୁ ରକ୍ତ ବାହାରୁଥିବା ତାଙ୍କ ଘର ଚାକର ଦେଖିଥିଲେ | ଏହାପରେ ତାଙ୍କୁ ତୁରନ୍ତ ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ଚିକିତ୍ସା କରାଯାଉଥିଲା | ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସେତେବେଳେ ରୋହିତ ମା' ଉଜ୍ଜ୍ଵଳା କହିଥିଲେ ଯେ, ରୋହିତଙ୍କ ମୃତ୍ୟୁ ସ୍ୱାଭାବିକ ଭାବେ ହୋଇଛି | କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା ଯେ, ଶ୍ବାସରୁଦ୍ଧ କରି ତାଙ୍କୁ ହତ୍ୟା କରାଯାଇଥିଲା | ତାଙ୍କ ମୃତ୍ୟୁ ଏପ୍ରିଲ ୧୫-୧୬ ତାରିଖ ରାତି ୧.୩୦ ରେ ହୋଇଥିଲା | କିନ୍ତୁ ରୋହିତଙ୍କୁ ୧୬ ତାରିଖ ସନ୍ଧ୍ୟା ୫ଟା ବେଳେ ହସ୍ପିଟାଲ ନିଆଯାଇଥିଲା | ଅର୍ଥାତ ପାଖାପାଖି ୧୫ ଘଣ୍ଟା ଯାଏଁ ରୋହିତ ମୃତ ଅବସ୍ଥାରେ ଘରେ ପଡି ରହିଥିଲେ |

{"id":105214}


ଦିଲ୍ଲୀ ପୋଲିସ ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା | ଗତକାଲି ବିଳମ୍ବିତ ରାତିରେ ପୋଲିସ ହତ୍ୟା ମାମଲା ରୁଜ୍ଜୁ କରିଥିଲା | ରୋହିତଙ୍କ ଘରେ ଥିବା ୭ଟି ସିସିଟିଭି ଲାଗିଥିଲା | ଏଥିରୁ ୨ଟି କାମ କରୁନଥିଲା | ଅନ୍ୟ ସବୁ ସିସିଟିଭି ଯାଞ୍ଚ କରିଥିଲା ପୋଲିସ | ତେବେ ରୋହିତଙ୍କ ହତ୍ୟା କିଏ କରିଛି, ତାଙ୍କ ହତ୍ୟା ପଛରେ କାହାର ହାତ ଅଛି ସେନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.