Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପାକିସ୍ତାନୀ ଟିମକୁ ରୋହିତ ଶର୍ମାଙ୍କ ଉପଦେଶ : ପ୍ରଶଂସା ନ କରି ରହିପାରିଲେଣି ବିଗ ବି ଅମିତାଭ

18/06/2019 at 4:20 PM

ମଞ୍ଚେଷ୍ଟରରେ ରବିବାର ଦିନ ଭାରତ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଥିଲା । ସାରା ଦୁନିଆର ନଜର ରହିଥିଲା ମହାମୁକାବିଲା ଉପରେ । ପାକିସ୍ତାନକୁ ପରାସ୍ତ କରି ଭାରତ ଐତିହାସିକ ବିଜୟ ଲାଭ କରିଥିଲା । ସାରା ଦେଶରେ ଭାରତର ବିଜୟକୁ ନେଇ ଉତ୍ସବ ପାଳନ କରାଯାଇଥିଲା । ପାକିସ୍ତାନ ହାରିବା ପରେ ରୋହିତ ଶର୍ମା ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ଏକ ଉପଦେଶ ଦେବା ପାଇଁ କୁହାଯାଇଥିଲା । ଜବାବରେ ରହିତ୍ଯହ କହିଲେ ତାହା ଅତ୍ୟନ୍ତ ରୋମାଞ୍ଚକ ଥିଲା । ବିଗ ବି ଅମିତାଭ ବଚ୍ଚହଁ ମଧ୍ୟ ରୋହିତଙ୍କ ଜବାବ ଶୁଣି ତାଙ୍କୁ ପ୍ରଶଂସା କରିଛନ୍ତି ।

ମ୍ୟାଚ ଜିତିବା ପରେ ଭାରତୀୟ ଟିମର ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଭାରତୀୟ କ୍ରିକେଟ ଦଳର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ, “ଯଦି ଆପଣଙ୍କୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ କିଛି ଉପଦେଶ ଦେବାକୁ କୁହାଯିବ ତାହେଲେ ଆପଣ କଣ ଉପଦେଶ ଦେବେ ? ସାମ୍ବାଦିକଙ୍କ ପ୍ରଶ୍ନରେ ରୋହିତ ହସି ହସି ଜବ ଦେଇଥିଲେ ଯଦି ମୁଁ ପାକିସ୍ତାନର କୋଚ ଭାବେ ଚୟନ ହୁଏ ତାହେଲେ କହିବି, ଏବେ କଣ କହିବି ।”

ରୋହିତ ଶର୍ମାଙ୍କ ଜବାବ ଶୁଣି ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ହସି ଦେଇଥିଲେ । ରୋହିତଙ୍କ ଏହି ଜବାବ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବିଗ ବି ଅମିତାଭ ବଚ୍ଚନ ମଧ୍ୟ ରୋହିତ ଶର୍ମାଙ୍କ ଏହି ଜବାବ ଶୁଣି ତାଙ୍କର ପ୍ରଶଂସା କରିଥିଲେ । ଅମିତାଭ ନିଜ ଟ୍ୱିଟର ପେଜରେ ସାମ୍ବାଦିକ ସମ୍ମିଳନୀର ଏହି ଭିଡିଓ ସେୟାର କରି ସୁପର ଲେଖିଛନ୍ତି ।

   Related Posts