ଚଳିତ ବିଶ୍ୱକପରେ ରୋହିତ ଶର୍ମାଙ୍କ ଚତୁର୍ଥ ଶତକ : ଶତକ କରି ରୋହିତ ଆଉଟ୍

Published By : Prameya-News7 Bureau | July 02, 2019 IST

ଚଳିତ ଆଇସିସି ବିଶ୍ୱକପରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳି ହେଉଛନ୍ତି ରୋହିତ ଶର୍ମା । ଚଳିତ ବିଶ୍ୱକପରେ ସେ ୪ଟି ଶତକ କରି ସାରିଲେଣି । ଓପନିଂ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପରେ ୪ଟି ଶତକ କରିଥିବା ପ୍ରଥମ ଭାରତୀୟ ଖେଳାଳି ରୋହିତ ଶର୍ମା । ତାଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର କରିଥିଲେ । ବିଶ୍ୱକପରେ ରୋହିତ ଏବଂ ରାହୁଲ ଓପନିଂ ଯୋଡି ଭାବେ ଦୁଇଥର ଶତକ କରି ସାରିଲେଣି । ରୋହିତ ଆଜି ମାତ୍ର ୯୦ ବଲରେ ଏହି ଶତକ ହାସଲ କରିଛନ୍ତି । ଏଥି ମଧ୍ୟରେ ୫ଟି ଛକ୍କା ଓ ୭ଟି ଚୌକା ରହିଛି । ଆଜି ରୋହିତଙ୍କୁ ବେଶ ଭଲ ସହଯୋଗ ଦେଇଛନ୍ତି ରାହୁଲ । ରାହୁଲ ମଧ୍ୟ ଅର୍ଦ୍ଧଶତକ ପାର କରି କ୍ରିଜରେ ରହିଛନ୍ତି ।   

{"id":129804,"width":585,"height":326}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.