Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ, କରୋନା ସଂକ୍ରମିତ ହୋଇ ଥିଲେ ଚିକିତ୍ସାଧିନ

30/04/2021 at 1:19 PM

ନୁଆଦିଲ୍ଲୀ,୩୦/୦୪:  ପ୍ରସିଦ୍ଧ ଉପସ୍ଥାପକ ତଥା ସାମ୍ବାଦିକ ରୋହିତ ସରଦାନାଙ୍କ ପରଲୋକ । ଦୀର୍ଘଦିନ ଧରି ସାମ୍ବାଦିକତା କରୁଥିବା ରୋହିତ ଆଜତକରେ କାର୍ଯ୍ୟ କରୁଥିଲେ । ସେ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ରୋହିତଙ୍କ ଦେହାନ୍ତ ଖବର ସାମ୍ବାଦିକ ଜଗତକୁ ଏକ ବଡ କ୍ଷତି ବୋଲି କୁହାଯାଉଚି । ତାଙ୍କ ଦେହାନ୍ତରେ ଅନେକ ବରିଷ୍ଠ ସାମ୍ବାଦିକ, ରାଜନେତା ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି ।

ରୋହିତ ଜୀ ନ୍ୟୁଜରେ କାର୍ଯ୍ୟରତ୍ତ ଥିଲେ । ଏହି ଚ୍ୟାନେଲରେ ସେ ‘ତାଲ୍ ଠୋକ୍’ କେ କାର୍ଯ୍ୟକ୍ରମ କରୁଥିଲେ । ପରେ ଆଜତକରେ ଯୋଗଦେବା ପରେ ସେଠାରେ ‘ଦଙ୍ଗଲ’ କାର୍ଯ୍ୟକ୍ରମ କରୁଥିଲେ ।

ତାଙ୍କୁ ୨୦୧୮ରେ ଗଣେଶ ବିଦ୍ୟାର୍ଥୀ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାସହ ସେ ଟିଭିରେ ଜଣେ ଲୋକପ୍ରିୟ ଚେହେରା ମଧ୍ୟ ଥିଲେ ।

   Related Posts