Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆବଶ୍ୟକ ପଡିଲେ ରୋହିତ ଶର୍ମା ସମ୍ଭାଳି ପାରିବେ ଦାୟିତ୍ଵ, ଦଳରେ ଦୁଇ ଅଧିନାୟକ ନୀତିକୁ ମଦନ ଲାଲଙ୍କ ସମର୍ଥନ

14/09/2021 at 8:22 PM

ନୂଆଦିଲ୍ଲୀ ୧୪।୦୯: ପୂର୍ବତନ ଭାରତୀୟ ଅଲରାଉଣ୍ଡର ମଦନଲାଲ ଭାରତୀୟ ଦଳରେ ଦୁଇ ଜଣ ଅଧିନାୟକ ରହିବା ଦାବିକୁ ସମର୍ଥନ କରିଛନ୍ତି। ତାଙ୍କ ମତରେ ରୋହିତ ଶର୍ମା ଜଣେ ସ୍ଵତନ୍ତ୍ର ଖେଳାଳି। ମୁମ୍ବାଇ ଇଣ୍ଡିଆନ୍ସର ଏହି ଅଧିନାୟକ ଯେବେ ବି ଆବଶ୍ୟକ ପଡିବ ଭାରତୀୟ ଦଳର ନେତୃତ୍ଵ ନେଇ ପାରିବେ।

ସୋମବାର ଖବର ଆସିଥିଲା ଯେ, ବିରାଟ କୋହଲି ଟି-୨୦ ବିଶ୍ଵ କପ୍ ପରେ ସୀମିତ ଓଭର କ୍ରିକେଟ୍‌ରୁ ଅଧିନାୟକ ପଦ ଛାଡିବେ। ଆଉ ତାଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯିବ। କିନ୍ତୁ ପରେ ବିସିସିଆଇର ଅଧିକାରୀ ସଂପୂର୍ଣ୍ଣ ଭାବେ ଏହି ଖବରକୁ ଖଣ୍ଡନ କରି ଏହା ଗୁଜବ ବୋଲି କହିଥିଲେ। କିନ୍ତୁ ମଦନ ଲାଲଙ୍କ କହିବା କଥା ସୀମିତ ଓଭର ଫର୍ମାଟ୍‌ରେ ରୋହିତ ଶର୍ମା ଦଳ ପାଇଁ ବହୁତ କିଛି କରିପାରିବେ।

୧୯୮୩  ବିଶ୍ଵ କପ୍  ବିଜେତା ଦଳର ସଦସ୍ୟ ମଦନ ଲାଲ କହିଛନ୍ତି, ମୋତେ ଲାଗୁଛି ରୋହିତ ଶର୍ମା ବହୁତ ଭଲ ବିକଳ୍ପ। ସେ ବର୍ତ୍ତମାନ ବହୁତ ଭଲ ଫର୍ମରେ ଏବଂ ସ୍ଥିତିରେ ଅଛନ୍ତି। ଆମର ଭାଗ୍ୟ ଭଲ ଯେ, ବର୍ତ୍ତମାନ ରୋହିତ ଶର୍ମା ଦଳରେ ଅଛନ୍ତି। ଯେବେ ବି ବିରାଟ କୋହଲିଙ୍କୁ ହୃଦବୋଧ ହେବ ଯେ, ସେ ଗୋଟିଏ କିମ୍ବା ଦୁଇଟି ଫର୍ମାଟ୍‌ର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ ତେବେ ରୋହିତ ଶର୍ମାଙ୍କୁ ବାକି ଫର୍ମାଟ୍‌ ପାଇଁ ଅଧିନାୟକ କରାଯାଇ ପାରିବ। ତାଙ୍କ ପାଖରେ  ବହୁତ ଅନୁଭବ ଥିବା ସେ କହିଛନ୍ତି।

ରୋହିତ ଶର୍ମା ବିରାଟ କୋହଲିଙ୍କ ଅନୁପସ୍ଥିତିରେ କିଛି ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି। ୨୦୧୮ରେ ଯେବେ  ଭାରତ ନିଦହାସ ଟ୍ରଫି ଜିତିଥିଲା, ସେହି ସମୟରେ ରୋହିତଙ୍କ ଅଧିନାୟକତ୍ଵକୁ ଖୁବ୍ ପ୍ରଶଂସା କରାଯାଇଥିଲା।

   Related Posts