ଜମ୍ମୁ-କାଶ୍ମୀରରେ ଜଳିଗଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ବସ୍ତି

Published By : Prameya-News7 Bureau | April 05, 2021 IST

ତିରକୁଟନଗର ୫।୪: ଜମ୍ମୁ-କାଶ୍ମୀର ରାଜଧାନୀ ଜମ୍ମୁ ସହର ବାହାରେ ଗଢି ଉଠିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ୧ ଡଜନରୁ ଊର୍ଦ୍ଧ୍ୱ କୁଡିଆଘର ପୋଡି ପାଉଁଶ ହୋଇଯାଇଛି। ଝୋଟ ଅଖା, ପ୍ଲାଷ୍ଟିକ ପଲିଥିନରେ ନିର୍ମିତ କୁଡିଆ ସବୁ ନିମିଷେକରେ ପୋଡି ପାଉଁଶ ହୋଇଯାଇଛି। ଏଥିରୁ ଶରଣାର୍ଥୀମାନେ ସେମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ କାଢିବାରେ ସକ୍ଷମ ହୋଇ ନାହାନ୍ତି।

{"id":433752,"width":838,"height":517,"sizeSlug":"large","linkDestination":"none"}

ଚୁଲି ପାଖରେ ଟଙ୍ଗା ହୋଇଥିବା ଅଖାରେ ନିଆଁ ଲାଗି ବସ୍ତିକୁ ବ୍ୟାପିଯାଇଥିଲା। ଦେଖୁ ଦେଖୁ ବସ୍ତି ନିକଟରେ ଥିବା କାଠ ଘର ସବୁ ମଧ୍ୟ ଜଳିବାରେ ଲାଗିଥିଲା। ଖବର ପାଇ ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ସମଗ୍ର ବସ୍ତି ଜଳି ପାଉଁଶ ହୋଇଯାଇଛି। ଶରଣାର୍ଥୀଙ୍କର ପ୍ରାୟ ୨୨ଟି କୁଡିଆ ଘର ପୋଡି ଯାଇଥିବା ଦମକଳ ବିଭାଗ କର୍ମଚାରୀ କହିଛନ୍ତି। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହେବାର ସୂଚନା ନାହିଁ।

{"id":433753,"width":838,"height":643,"sizeSlug":"large","linkDestination":"none"}

ଏଠାରେ ଗତବର୍ଷ ମଧ୍ୟ ସମାନଧାରଣର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଶରଣାର୍ଥୀଙ୍କର ଅନେକ ଘରଦ୍ୱାର ଜଳି ପାଉଁଶ ହୋଇଯାଇଥିଲା। ତେବେ ଏଠାରେ ହେଉଥିବା ବାରମ୍ବାର ଅଗ୍ନିକାଣ୍ଡ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତିରକୁଟ ନଗପ ମରଠା ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବାର ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.