Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଡିଡିସିଏର ସଭାପତି ପଦରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ଅରୁଣ ଜେଟଲୀଙ୍କ ପୁଅ ରୋହନ, ସମ୍ଭାଳିବେ ଦିଲ୍ଲୀ କ୍ରିକେଟ୍‌ର ଦାୟିତ୍ଵ

17/10/2020 at 8:37 PM

ନୂଆଦିଲ୍ଲୀ ୧୭।୧୦: ଦିବଗନ୍ତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀ ନିର୍ଦ୍ଵନ୍ଦରେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ(ଡିଡିସିଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ରୋହନ ୨୦୨୧ ଜୁନ ୩୦  ପର୍ଯ୍ୟନ୍ତ ଏହି ପଦରେ ରହିବେ। ବାକି କୋଷାଧ୍ୟକ୍ଷ ଓ ନିର୍ଦ୍ଦେଶକ ପାଇଁ ନିର୍ବାଚନ ନଭେମ୍ବର ୫, ୬ ଓ ୮ ରେ ହେବ ଏବଂ ପରିଣାମ ନଭେମ୍ବର ୯ରେ ଘୋଷଣା କରାଯିବ।

ରୋହନ ଜେଟଲୀ ପେଶାରେ ଜଣେ ଓକିଲ। ସେ ନୋମିନେସର ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଉଲ୍ଲେଖଯୋଗ୍ୟ ସ୍ଵର୍ଗୀୟ ଜେଟଲୀ ୧୯୯୯ ଓ ୨୦୧୩ ମଧ୍ୟରେ ଡିଡିସିଏର ସଭାପତି ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପୁତ୍ର ରୋହନ ଜେଟଲୀ ସମସ୍ତ ପସନ୍ଦରେ ସର୍ବସମ୍ମତି କ୍ରମେ ନିଦ୍ଵର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଏହି ପଦରେ ଏକମାତ୍ର ଅନ୍ୟ ପ୍ରାର୍ଥୀ ସୁନିଲ କୁମାର ଗୋଏଲ ନାମାଙ୍କନ ଦାଖଲ କରିବା ପରେ ପ୍ରତ୍ୟାହାର କରି ନେଇଥିଲେ।

ରୋହନ ଜେଟଲୀ ନାମାଙ୍କନ ପତ୍ର ଦାଖଲ ପରେ କହିଥିଲେ, ମୋର ପ୍ରତିଯୋଗିତାରେ ମଧ୍ୟ ସମାନ ରୁଚି ରହିଛି। ଏହା ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଶୁଭଙ୍କର। ମୁଁ ଦିଲ୍ଲୀ କ୍ରିକେଟ୍‌ର ଉନ୍ନତି ପାଇଁ କାମନା କରୁଛି। କେମିତି ଏହି ଆସୋସିଏସନ ପୂର୍ବ ଗରିମା ଫେରି ଆସିବ ସେହି ଦିଗ ପ୍ରତି କାମ କରିବି ବୋଲି ସେ କହିଛନ୍ତି।

ଡିଡିସିଏ ସଭାପତି ଦପରୁ ରଜତ ଶର୍ମା ଗତ ବର୍ଷ ଇସ୍ତଫା ଦେବା ପରେ ପ୍ରାୟ ଏକ ବର୍ଷ ବିନା ମୁଖିଆରେ ଡିଡିସିଏର କାମ ଚାଲିଥିଲା। ଉଲ୍ଲେଖନୀୟ ରଜତ ଶର୍ମା ଏହି କ୍ରୀଡା ସଂଗଠନରେ ଦୁର୍ନୀତି ଓ ଅଣ ଖେଳୁଆଡ ନୀତି କାରଣରୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ହାଇକୋର୍ଟ ଡିଡିସିଏର ଅନେକ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ।

   Related Posts