ଅଷ୍ଟ୍ରେଲିଆ ଓପନ୍ରେ ଖେଳିବେନାହିଁ ରୋଜର ଫେଡରର, ଆଣ୍ଠୁରେ ଆଘାତ ପରେ ନେଲେ ନିଷ୍ପତ୍ତି
28/12/2020 at 11:26 AM

ନୂଆଦିଲ୍ଲୀ ୨୮।୧୨: ଚଳିତ ବର୍ଷ ଅଷ୍ଟ୍ରେଲିଆ ଓପନ୍ ଦେଖିବାକୁ ମିଳିବନାହିଁ ରୋଜର ଫେଡେରରଙ୍କ ଯାଦୁ । ଚଳିତ ବର୍ଷ ଅଷ୍ଟ୍ରେଲିଆ ଓପନ୍ସରୁ ବାଦ୍ ପଡିଛନ୍ତି ରୋଜର ଫେଡେରର । ୨ଟି ଆଣ୍ଠୁରେ ୨ଟି ଅପରେସନ ପରେ ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଫେଡରରଙ୍କ ନିକଟତମ ସୁତ୍ରରୁ ଜଣାପଢିଛି ଯେ, ଫେଡରର ଆଗାମୀ ଏଟିପି ଟୁର୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ତାଙ୍କ ଆଣ୍ଠୁରେ ହୋଇଥିବା ୨ ଅପରେସନ ପରେ ସେ ଅଷ୍ଟ୍ରେଲିଆ ଓପନ ଖେଳିବା କଷ୍ଟକର । ତେଣୁ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି । ୨୦୨୧ ଟେନିସ୍ କ୍ୟାଲେଣ୍ଡର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।
All the best with your recovery @rogerfederer. Look forward to seeing you back at the #AusOpen in 2022. pic.twitter.com/M6L05zF50K
— #AusOpen (@AustralianOpen) December 28, 2020
ତେବେ ଅଷ୍ଟ୍ରେଲିଆ ଓପନ ଆୟୋଜକଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସମିଟ୍ରେ କୁହାଯାଇଛି ଯେ, ରୋଜର ଫେଡରର ୨୦୨୧ ଅଷ୍ଟ୍ରେଲିଆ ଓପନ ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେପଟେ ତାଙ୍କ ଅପରେସନ ହୋଇଥିବା ୨ ଟି ଆଣ୍ଠୁ ଓ ଫିଟନେସ୍ ଗତ ୨ ମାସ ହେଲା ପ୍ରଗତି ଦେଖିବାକୁ ମିଳିଛି । ସେ ନିଜ ଟିମ୍ ସହିତ ବିଚାରବିମର୍ଶ କରି ଅଷ୍ଟ୍ରେଲିଆ ଓପନରୁ ନିଜକୁ ବାଦ୍ କରିବାକୁ ରୋଜର ନିଷ୍ପତ୍ତି ନେଇଛନ୍ତି । ସେ ପୁଣି ଥରେ ଟେନିସ ପଡିଆକୁ ଜୋରଦାରରେ ଫେରିବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ।
କରୋନା ମହାମାରୀ ପାଇଁ ଅଷ୍ଟ୍ରେଲିଆ ଓପନ ତିନି ସପ୍ତାହ ପରେ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୮ ରୁ ଆରମ୍ଭ ହେବ । ମେଲବର୍ଣ୍ଣ ପାର୍କିରେ ମ୍ୟାଚ୍ ଖେଳାଯିବ । ସେପଟେ ଟୁର୍ଣ୍ଣାମେଣ୍ଟରୁ ନିଜ ନାମକୁ ବାଦ୍ କରିବା ପରେ ଏବେ, ସେ ଦୁବାଇରେ ଅଭ୍ୟାସ୍ ଜାରି ରଖିଛନ୍ତି । ଫେଡ୍ରର ଗତ ୨୦୨୦ ଅଷ୍ଟ୍ରେଲିଆ ଓପନ ପରେ ଆଉ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିନାହାନ୍ତି ।